ଆହତ ଷଣ୍ଢ ର ଚିକିତ୍ସା କଲେ ରତାମାଟି ଯୁବକ ସଂଘ

ନିରାକାରପୁର, ୦୩/୬/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ରତାମାଟି ଗ୍ରାମରେ ଏକ ଷଣ୍ଢ ଆହତ ହୋଇ ବୁଲୁଥିବାବେକେ ତାର ଗୋଡ ସଂକ୍ରମଣ ହୋଇଯାଇଥିଲା। ରତାମାଟି ଯୁବକ ସଂଘ ପିଲା ମାନେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ଦଳକୁ ଡକାଇ ଚିକିତ୍ସା କରିଛନ୍ତି।ଏହି କାର୍ଯ୍ୟରେ ସଂଘ ର ଦିବ୍ୟରଞ୍ଜନ ଶ୍ରୀଚନ୍ଦନ, ସୌମ୍ୟ ରଞ୍ଜନ ବିଶୋଇ, ଦୀପକ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ବେହେରା, କୃଷ୍ଣ ଚନ୍ଦ୍ର ନାୟକ, ଆଶିଷ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରିଥିଲେ।

Leave a Reply

Your email address will not be published. Required fields are marked *