ସମ୍ବର୍ଦ୍ଧିତ ହେଲେ ସମାଜସେବୀ ପ୍ରଫେସର ମନୋଜ ନାୟକ
କଟକ ସଦର,୦୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ମହାନଗର ନିଗମ (ସିଏମସି) ପୋପରଡା ଠାରେ ଆଜି ବୁଧବାର ଦିନ ୨୨ ଦିଭାଗ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବନ୍ଧୁ ମିଳନ-୨୦୨୬ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ୭୨ ଦିଭାଗର ସର୍ଵାଧିକାରୀ ଦେବେନ୍ଦ୍ର ସାହୁ,୨୨ ଦିଭାଗ ର ସର୍ଵାଧିକାରୀ ସୁବାସ ଚନ୍ଦ୍ର ସାହୁ, ଜନାର୍ଦ୍ଦନ ଦେଵ ମଣ୍ଡଳୀ ର ସଭାପତି ଦେବେନ୍ଦ୍ର ସ୍ୱାଇଁ, ଗୋପୀନାଥ ମଣ୍ଡଳୀର ସଭାପତି କାଶୀନାଥ ଜେନା, ଐଶ୍ୱର୍ଯ୍ୟା ଜେନା, ମହନ୍ତ ସନାତନ ସାହୁ,ପ୍ରତ୍ୟୁଷା ସ୍ୱାଇଁ, କଟୁଆଳ ଉମେଶ ଛାଟୋଇ, କଟୁଆଳ ମଳୟ ରାଉତ ଙ୍କ ସମେତ ବହୁ ସଂକୀର୍ତ୍ତନ ପ୍ରେମୀ ଯୋଗ ଦେଇଥିଲେ।
ଏହି ଅବସରରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ସମେତ ସମାଜସେବୀ ମନୋରଞ୍ଜନ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
