କଟକ ସଦର,୦୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ର ଚାଉଳିଆଗଞ୍ଜ,ସିଆରଆରଆଇ, କନ୍ଦରପୁର ଥାନା କୁ ନେଇ ଗଠିତ ୫ ନମ୍ବର ଜୋନ୍ ର ଏସିପି ଭାବେ ସୁଧାଂଶୁ ମୋହନ ଜେନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସିଏ ଜଣେ ଦକ୍ଷ ଓ ଉତ୍ତମ ବ୍ୟବହାର ର ପୋଲିସ ଅଧିକାରୀ ଭାବେ ବେଶ୍ ଜଣାଶୁଣା। ସୂଚନାଯୋଗ୍ୟ ଯେ ଏଠାରେ ଏସିପି ଭାବେ କାର୍ଯ୍ୟରତ ଥିବା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ଓପିଏସ ପାହ୍ୟାକୁ ପଦୋନ୍ନତି ହେବା ପରେ ତାଙ୍କୁ ଭୁବନେଶ୍ବର କମିଶନର କାର୍ଯ୍ୟାଳୟରେ ଅତିରିକ୍ତ ସିପି ଭାବେ ଅଭିଯୋଗ ସେଲକୁ ବଦଳି ହୋଇଥିବା ଜଣାପଡିଛି।
କଟକ କମିଶନରେଟ ୫ ନମ୍ବର ଜୋନ୍ ଏସିପି ହେଲେ ସୁଧାଂଶୁ ମୋହନ ଜେନା
