ପାଣି ପଞ୍ଚାୟତ ପକ୍ଷ ପାଳନ, ୨୦୨୬

ବିଭିନ୍ନ ଜିଲ୍ଲାରେ ଡିଭିଜନ ସ୍ତରରେ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗୋକୁଲାନନ୍ଦ ମଲ୍ଲିକ

 ପତାକା ଦେଖାଇ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ କଲେ

ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ, ୨୦୨୬ ର ପ୍ରଥମ ପର୍ଯ୍ୟାୟରେ, ୬ଜାନୁଆରୀ, ୨୦୨୬ରୁ୨୦ଜାନୁୟାରୀ, ୨୦୨୬ ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ୧୩.୦୧.୨୦୨୬ ରେ ଅନୁଷ୍ଠିତ ହେବ, ଏବଂ ପରେ ୨୦.୦୧.୨୦୨୬ ରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତହେବ ।

ଆଜି ମାନ୍ୟବର ମନ୍ତ୍ରୀ, ସ୍ଥାନୀୟ ସାଂସଦ / ବିଧାୟକ, ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧି, ସହରାଂଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା(ୟୁଏଲବି), ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସୂଚନା ଶିକ୍ଷା ଯୋଗାଯୋଗ / ସାମାଜିକ ବ୍ୟବହାରିକ ଆଚରଣ ପରିବର୍ତ୍ତନ ଯୋଗାଯୋଗ (ଆଇଇସି / ଏସବିସିସି) ବିଷୟ ବସ୍ତୁ ବହନ କରୁଥିବା ରଥ ଗୁଡ଼ିକୁ ପତାକା ଦେଖାଇ ଡିଭିଜନ ସ୍ତରରେ ଆରମ୍ଭ କରାଯାଇଛି।

ପାଣି ପଞ୍ଚାୟତ ସମାବେଶରେ ବିଭନ୍ନ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିତର୍କ,ପ୍ରବନ୍ଧ,ଚିତ୍ରକଳା,କ୍ୱିଜ୍,ମଡେଲ୍ ତିଆରି ପ୍ରତିଯୋଗିତା ଅନୁଷ୍ଠିତହୋଇଛି। ସଚେତନତା ଏବଂ ଜନ ଆଗ୍ରହ ସୃଷ୍ଟି କରିବାପାଇଁ ବ୍ୟାନର, ବ୍ରୋଶର, ଲୋଗୋ, ସ୍ଲୋଗାନ, ଟ୍ୟାଗଲାଇନ୍, ସଂଗୀତ, ଶପଥ ଇତ୍ୟାଦି ମଧ୍ୟ ବଣ୍ଟନ କରାଯାଇଛି।

ରାଜ୍ୟରେ ୪୦ ହଜାରରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଇଥିଲେ। ଓଡ଼ିଶା ପାଣି ପଞ୍ଚାୟତ ଆଇନ, ୨୦୦୨ ଏବଂ ସେଥିରେ ସଂଶୋଧନ ଦ୍ୱାରା ମହିଳା ଏବଂ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯାଇଛି। ପ୍ରମୁଖ ଉଠାଜଳସେଚନ ଯୋଜନା ଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଓଡ଼ିଶାର ଜଳସମ୍ପଦ ବିଭାଗର ସେଚାଞ୍ଚଳ ଉନ୍ନୟନ ଏବଂ ଜଳ ରରକ୍ଷଣବେକ୍ଷଣ ଯୋଜନା(CADWM)ଜଳସେଚନ ଦକ୍ଷତା ଏବଂ କୃଷକ ଙ୍କ ଯୋଗଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଏ। ୮୦ହଜାର ହେକ୍ଟର କମାଣ୍ଡ ଏରିଆକୁ ନେଇ୨୪୦୦କିଲୋମିଟର ଜମିରେ କେନାଲ ନିର୍ମାଣ ଏବଂ ୬୨,୦୦୦ହେକ୍ଟର କୁ ନେଇ୧୮୬୦ କିଲୋମିଟର ପୁରୁଣା ଏବଂ ଜରାଜୀର୍ଣ୍ଣ କେନାଲ ର ପୁନଃନିର୍ମାଣ ପାଇଁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ୧୩୩୮କୋଟି ଟଙ୍କା ଯୋଗାଇ ଦିଆଯିବ। ଦର୍ପନାରାୟଣପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପରେ SCADA ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଏକ ଆଇଓଟି (IoT) ସକ୍ଷମ ସ୍ୱୟଂଚାଳିତ ଗେଟ୍ସିଷ୍ଟମ ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି। ଜଳ ବ୍ୟବହାର ଦକ୍ଷତା ଏବଂ ସମାନ ବଣ୍ଟନକୁ ବୃଦ୍ଧି କରିବା ପାଇଁ, ସମାନ ନିର୍ଦ୍ଦେଶରେ ଚାଷୀଙ୍କ ଜମିରେ ଜଳ ପ୍ରବାହ ମିଟର ଏବଂ ଆଇଓଟି(IoT) ସକ୍ଷମ ମୃତ୍ତିକା ଆର୍ଦ୍ରତା ସେନ୍ସରର ସ୍ଥାପନ କରାଯାଇଛି।

 ଅଧିକ ଜଳ ଉତ୍ପାଦନ ଏବଂ ଜଳର ସୁବ୍ୟବହାର ସୁନିଶ୍ଚିତ କରିବାପାଇଁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି।ଜଳବାୟୁ ଅନୁକୂଳ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟା ଉପଯୋଗ,ଫସଲର ବିବିଧତା ଏବଂ ଉପଯୁକ୍ତ ବିହନର ବ୍ୟବହାର ପାଇଁ ଓଡ଼ିଶା ସମନ୍ୱିତ ପ୍ରକଳ୍ପ ଭଳି ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଯୋଗାଣ ଶୃଙ୍ଖଳ ଏବଂ ବଜାର ସଂଯୋଗୀକରଣ କରାଯାଉଛି।

ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହେବାର ଏହି ଅବସରରେ, ଡିଭିଜନ ସ୍ତରରେ ମାନ୍ୟବରମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଗୋକୁଲାନନ୍ଦ ମଲ୍ଲିକ ଭଞ୍ଜନଗରରେ ପାଣି ପଞ୍ଚାୟତପକ୍ଷ ଉତ୍ସବ ପାଳନ କରିଥିଲେ। ମାନ୍ୟବର ବିଧାୟକ ମଧ୍ୟ ପକ୍ଷ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।

 କୋରାପୁଟ, ଝାରସୁଗୁଡ଼ା, କଳାହାଣ୍ଡି, ଯାଜପୁର, ରାୟଗଡ଼ା, କଟକ,ଗଞ୍ଜାମ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନବରଙ୍ଗପର, ମୟୂରଭଞ୍ଜ ,ସୁବର୍ଣ୍ଣପୁର, ନୟାଗଡ଼, ଭଦ୍ରକର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କ ପତାକା ଉତ୍ତୋଳନର ଏକ ଅଂଶ ଥିଲେ।

Leave a Reply

Your email address will not be published. Required fields are marked *