ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଯାଜପୁର,୦୬/୦୧/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଜଳସେଚନ ବିଭାଜନ, ଯାଜପୁର ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ୨୦୨୫-୨୬ ପାଳିତ ହୋଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଅଛି। ଏହି ଅବସରରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ପଞ୍ଚାୟତ ସଚେତନତା ରଥର ଉଦଘାଟନ କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏହାର ଉଦଘାଟନ କରିଥିଲେ। ଏହାସହ ଯାଜପୁର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ କୁମାର ନାୟକ, ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ, ବିଞ୍ଝାରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଚୈତନ୍ୟ ଚରଣ ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି, ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ନାୟକ, ଅରୁଣ କୁମାର ତ୍ରିପାଠୀ, ଧୀରେନ୍ କୁମାର ପାଣି, ବିପିନ କୁମାର ସେଠୀ, ଉମାକାନ୍ତ ରାଉଳ, ସ୍ଵାଧୀନ ସେଠୀ ଏବଂ ସହକାରୀ ଉଦ୍ୟାନ ଅଧିକାରୀ ଯୋଗ ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଅତିଥି ପାଣି ପଞ୍ଚାୟତର ଗୁରୁତ୍ବ ସମ୍ପର୍କରେ ବକ୍ତବ୍ୟ ଦେବା ସହ ବିଭିନ୍ନ ପ୍ରତିଯୋଗିତାର ୧୫ ଜଣ ବିଜେତା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କୃତ କରିଥିଲେ। ଏହି ସଭାରେ ପାଣି ପଞ୍ଚାୟତର ଭୂମିକା ଓ କାର୍ଯ୍ୟକାରିତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଏହାସହ ଉପସ୍ଥିତ ପାଣି ପଞ୍ଚାୟତର ସଭ୍ୟମାନେ ସେମାନଙ୍କ ମତାମତ ରଖିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ ଏବଂ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *