ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)-ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଧଶ ଲିଙ୍ଗରାଜ ମହୋତ୍ସବ ଆରମ୍ଭ ହୋଇଛି । ଲିଙ୍ଗରାଜ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ଜିଲାପାଳ ତଥା ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ୍ ବ୍ୟାଙ୍କର ଡେପୁଟି ଜେନେରାଲ୍ ମ୍ୟାନେଜର ତଥା ଜୋନାଲ୍ ହେଡ୍ ସଚିକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ସାହୁ ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ପ୍ରମୁଖ ଯୋଗଦେଇ ସାଂସ୍କୃତିକ ସନ୍ଧ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ସାଧାରଣ ସମ୍ପାଦକ ସନତ୍ ମିଶ୍ର ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଗଜପତିରୁ ଆସିଥିବା ଡି. ପ୍ରିୟଙ୍କାଙ୍କ ନିର୍ଦ୍ଧେଶନାରେ ମାହାରୀ ଓ ପଲ୍ଲୀ ନୃତ୍ୟ, କୋଲକାତାର କବିତା ମିଶ୍ରଙ୍କ ନିର୍ଦ୍ଧେଶନାରେ ଡ୍ୟାନ୍ସ ଡ୍ରାମା ଓ ଶିବ ସ୍ତୃତି, ବର୍ଦ୍ଧମାନରୁ ଆସିଥିବା ଦିବ୍ୟାଶ୍ରୀ ଗାଙ୍ଗୁଲିଙ୍କ ନିର୍ଦ୍ଧେଶନାରେ କ୍ରିଏଟିଭ୍ ଡ୍ୟାନ୍ସ, କୋଲକାତାର ଓଡ଼ିଶୀ ଆଶ୍ରମରୁ ଆସିଥିବା ଓଡ଼ିଶୀ ଡ୍ୟାନ୍ସ କ୍ରିଏଟିଭ୍ ନୃତ୍ୟ, ଭୁବନେଶ୍ୱର ନୃତ୍ୟାୟନର ଡ୍ୟାନ୍ସ ଡ୍ରାମା ଏବଂ କୋଲକାତାର ତରାକ ଶାହାଙ୍କ ନିର୍ଦ୍ଧେଶନାରେ ଗୌଡୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥାର ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ୍, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ସନ୍ଧ୍ୟାର ୬ଟି ଅନୁଷ୍ଠାନରୁ ଆସିଥିବା କଳାକାରଙ୍କ ମୁଖ୍ୟଙ୍କୁ ଉତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିବସର ସାଂସ୍କୃତି ସନ୍ଧ୍ୟାକୁ ବାସୁଦେବ ନାଥ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *