ସନ୍ତୋଷ କୁମାର ରାଉତ ବିଜେପି ଜିଲ୍ଲା ସାଧାରଣ ସଂପାଦକ ନିଯୁକ୍ତ 

ସାଲେପୁର,୦୨/୦୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )  କଟକ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସଂପାଦକ ଭାବେ ସନ୍ତୋଷ କୁମାର ରାଉତ ନିଯୁକ୍ତ ହୋଇଛନ୍ତି । ସାଲେପୁର ବ୍ଲକ୍ ପୁରୁଣାହାଟ ପଂଚାୟତ ଅନ୍ତର୍ଗତ ସୋଗଲ ଗ୍ରାମର ଯୁବ ରାଜନୀତିଜ୍ଞ,ସଂଗଠକ,ପରିବେଶବିତ୍ ତଥା  ସାମାଜିକ କର୍ମୀ ସନ୍ତୋଷ କୁମାର ରାଉତଙ୍କୁ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ସଭାପତି ରାମ ନାରାୟଣ ମହାନ୍ତି ନିଯୁକ୍ତି ପ୍ରଦାନ କରିଛନ୍ତି ।

ତାଙ୍କର ଏହି ନିଯୁକ୍ତି ନେଇ ସନ୍ତୋଷ କୁମାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ବୈଜୟନ୍ତ ପଣ୍ଡା,ସଂଗଠନ ସଂପାଦକ ମାନସ ରଂଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ବରେଣ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ସମାଜସେବୀ ସନ୍ତୋଷ କୁମାର ଦଳ ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହ ନିଜ ଅଂଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ତାଙ୍କ ମାଆ ସ୍ବର୍ଗତା ସଂଯୁକ୍ତା ଦେବୀ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭାବେ କାର୍ଯ୍ୟକରି ଖୁବ୍ ସୁନାମ ଅର୍ଜନ କରିଥିଲେ । ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ବିଭିନ୍ନ ଶାଖା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *