ଭୁଟାନ ଗାଦି ରେ ଜଗୁ ଦାସ ମହୋତ୍ସବ ଉଦଯାପିତ

କଟକ ସଦର,୦୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ କମରପଦା ଅର୍ଛୀଲ ଭୁଟାନ ଗାଦି ଠାରେ ମହାପୁରୁଷ ଶ୍ରୀ ଶ୍ରୀ ଜଗୁ ଦାସ ଙ୍କ ୨୬ ତମ ଚାରି ଦିନିଆ ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଆଜି ନୂଆବର୍ଷ ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି।

ଏଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପାରମ୍ପରିକ ଘୃତ ଯଜ୍ଞ,ନାମ ଯଜ୍ଞ,ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *