ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ।    

ଭୁବନେଶ୍ୱର, ୬/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପରମ୍ପରା ଅନୁଯାଇ ୨୦୨୪-୨୦୨୫ ବର୍ଷ ପାଇଁ ରୋଟାରି ଏବଂ ଇନର ହୁଇଲ କ୍ଲବ ଭୁବନେଶ୍ବର ମେଟ୍ରୋ ର ମିଳିତ ଅଧିଷ୍ଠାନ ଉତ୍ସବ ୫ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଅଛି। ରୋଟାରିଆନ ସଂଯୁକ୍ତା ନାୟକ ସଭାପତି ଭାବେ ପୂର୍ବତନ ସଭାପତି ରସାନନ୍ଦ ରାଉତ ଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ ଏବଂ ସଂପାଦକ ଭାବେ ରୋଟାରିଆନ ଦୁଷ୍ମନ୍ତ ସାହୁ ପୂର୍ବତନ ସଂପାଦକ ଅନାଦି ସାହୁଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ। ସେହିପରି ଇନର ହୁଇଲ କ୍ଲବ ସଭାପତି ଭାବେ ନଳିନୀ ନାରାୟଣ ପୂର୍ବତନ ସଭାପତି ଗିନି ପଟ୍ଟନାୟକ ଙ୍କ ଠାରୁ ତଥା ସଂପାଦକ ଭାବେ ବସଂତ କୁମାରୀ ପଣ୍ଡା ପୂର୍ବତନ ସଂପାଦକ ବୈଜୟନ୍ତୀମାଲା ସାହୁଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଥିଲେ। ଉଭୟ କ୍ଲବ ର ବିଶେଷ ବୁଲେଟିନ୍ ଉନ୍ମୋଚିତ ହୋଇଥିଲା ଏବଂ ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ସୁନାମଧନ୍ୟ ବୈଷୟିକ ସଂସ୍ଥା ସି ଏସ୍ ଏମ୍ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରିୟଦର୍ଶୀ ପାନୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ସେବା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ବିଷୟରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। ରୋଟାରିଆନ ଡକ୍ଟର ଲତା ରବୀନ୍ଦ୍ରନ୍ ସଭାକାର୍ୟ ସଂପାଦନ କରିଥିଲେ। ଉଭୟ କ୍ଲବର ସମସ୍ତ ସଭ୍ୟ ଏବଂ ଅନେକ ନିମନ୍ତ୍ରିତ ରୋଟାରିଆନ ଓ ଇନର ହୁଇଲ ସଭ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *