ଧର୍ମପରାୟଣ ମହିଳା ଲୋଭା ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାସୁମନ ଅର୍ପଣ କଲେ ବହୁ ବ୍ୟକ୍ତିବିଶେଷ

କଟକ ସଦର,୦୧/୦୧/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଙ୍କ ମାତା ଧର୍ମପ୍ରାଣ ମହିଳା ଲୋଭା ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଆଜି ନୂଆ ବର୍ଷ ଗୁରୁବାର ଦିନ କିଶନନଗର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଲୋଭା ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରିଚାଳନାରେ ଲୋଭାଙ୍କ ତିନି ପୁଅ କୈଳାସ ମଲ୍ଲିକ, ରମେଶ ମଲ୍ଲିକ, ବିଳାସ ମଲ୍ଲିକ ଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *