ବାଇକ୍‌ରେ ଯାଉଥିବାବେଳେ  ମାଞ୍ଜା ସୂତାରେ କଟି ପିଉସୀ ପୁତୁରା ଆହତ

କଟକ,୩୧/୧୨/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) କଟକ   ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ  ଘଟିଛି  ଅଭାବନୀୟ ଘଟଣା। ବାଇକରେ ଦୁଇଜଣ ଯାଉଥିବା ବେଳେ ମାଞ୍ଜାଦିଆ ଗୁଡ଼ି ସୂତା ଲାଗି ଦୁହେଁ ଗୁରୁତର ଆହତ ହୋଇଛନ୍ତି।  ବାଇକ ଚାଳକ ଯୁବକ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ତାଙ୍କର  ପିଉସୀ ଆଶାଲତା ଆଚାର୍ଯ୍ୟ  ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଆହତ ପିଉସୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବାସୂଚନା ମିଳିଛି ।

ଏହି ଘଟଣା ରେ ପୁତୁରା ଦେବୀ କଲ୍ୟାଣ ଙ୍କ ଅବସ୍ଥା ଗୁରୁତର ଥିବାରୁ  ତାଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଛି। ଖବରପାଇ  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏଠାରେ ଉଲ୍ଲେଖନୀୟଯେ, କଟକ ଜିଲ୍ଲା ରେ ବାରମ୍ବାର ପ୍ରତିବର୍ଷ ଗୁଡ଼ି ସୂତାରେ କଟି ଅନେକ ମୃତାହତ ହୋଇଥିବା ନଜିର ରହିଛି । ପୂର୍ବରୁ ମଧ୍ୟ ପୋଲିସ ପ୍ରଶାସନ ମାଂଜା ସୂତା ବିକ୍ରି ଉପରେ ଚଢ଼ାଉ ତଥା କଟକଣା ଲଗାଇ ଥିଲା ।  ଏହା ସତ୍ୱେ ମକର ସମୟରେ ଏହାର ପୁନରାବୃତ୍ତି ଘଟିବା ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।  ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିବା ବେଳେ ମାଂଜା ସୂତା କୁ ମାରଣାସ୍ତ୍ର ଭାବେ ବିବେଚନା କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *