ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ବ୍ୟାଚର ବନ୍ଧୁମିଳନ

କେନ୍ଦ୍ରାପଡ଼ା,୩୧/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବେଣାଜୋରୀବଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୪ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାଳୟ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ ।

ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ୍ତର ଅମଳେନ୍ଦୁ ଜେନା, ତାପସ ବାରିକ, ବିଭୁତିଭୂଷଣ ଦାସ, ପ୍ରଶାନ୍ତ ମଲ୍ଲ, ଶିବପ୍ରସାଦ ଦାସ, ଦିଲ୍ଲିପ ରାଉତ, ବରଦାକାନ୍ତ ମନ୍ତ୍ରୀ, ସଂଯୁକ୍ତା ବିହାରୀ, ସୁକାନ୍ତି ମହାନ୍ତି, ଦମୟନ୍ତୀ ବିଶ୍ୱାଳ ଓ ହିମାଂଶୁ ଭୂଷଣ ରାଉତ ପ୍ରମୁଖ ଯୋଗଦେଇ ନିଜର ସେହି ପୁରାତନ ଅତୀତ ସମ୍ପର୍କରେ ଆଲୋଚନା କରି କିଛି ସମୟ ପାଇଁ ବିଭୋର ହୋଇପଡିଥିଲେ ।

Leave a Reply

Your email address will not be published. Required fields are marked *