ନୀଳକଣ୍ଠେଶ୍ଵର ହାଇସ୍କୁଲର ବରିଷ୍ଠ ସହାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଘଟଗାଁ, ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-ଘଟଗାଁ ବ୍ଲକ ବର୍ହାଟିପୁରା ନୀଳକଣ୍ଠେଶ୍ଵର ହାଇସ୍କୁଲର ବରିଷ୍ଠ ସହାୟକ ଅଖିଳ କୁମାର ରଣା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଘଟଗାଁ ବ୍ଲକ ବିଡିଓ ଖଗେଶ୍ବର ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ସାହୁ ମୁଖ୍ୟ ବକ୍ତା, ଘଟାଗାଁ ବି ଇ ଓ ହରେକୃଷ୍ଣ ନାୟକ, ଓଷ୍ଟା ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ଦେଓ, ଓଷ୍ଟ। ଜିଲ୍ଲା ଉପସଭାପତି ମନୋଜ ପଣ୍ଡା, ଓଷ୍ଟ। ଘଟଗାଁ ବ୍ଳକ ସାଧାରଣ ସମ୍ପାଦକ ସନ୍ତୋଷ ଶତପଥୀ, ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ନାଏକ, ମୋ ସ୍କୁଲ ସଭାପତି ସାରଙ୍ଗ ଧର ରଣା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ସେବା ନିବୃତ୍ତ କର୍ମଚାରୀ ଶ୍ରୀଯୁକ୍ତ ରଣା ଙ୍କ ଗୁଣଗାନ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ ।

୧୯୮୩ ମସିହା ରେ ଚାକିରୀ ଆରମ୍ଭ କରି ଥିବା ଶ୍ରୀଯୁକ୍ତ ରଣା ୨୦୨୫ ମେ ମାସ ରେ ଅବସର ଗ୍ରହଣ କରିଥିଲେ । ଜଣେ କର୍ତ୍ତବ୍ୟ ନିଷ୍ଠ, ସମୟନୁବର୍ତ୍ତି କର୍ମଚାରୀ ଭାବେ ଶ୍ରୀଯୁକ୍ତ ରଣା ବେଶ ଲୋକପ୍ରିୟ ଥିଲେ । ଶିକ୍ଷକ ରୋହିତ କୁମାର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସହକାରୀ ଶିକ୍ଷକ ଲକ୍ଷ୍ମୀଧର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରବୀନ୍ଦ୍ର ପଲେଇ, ଚିତ୍ତ ରଂଜନ ପଣ୍ଡା, ଚକ୍ରଧର ମହାପାତ୍ର, ଶିକ୍ଷକ ସତ୍ୟଂସୁ ନାୟକ, ବିଶ୍ୱଜିତ୍ ବେହେରା, ଭଗ୍ୟଶ୍ରୀ ଦାସ, ସନ୍ତୋଷ ମହାକୁଡ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *