କଟକ ସଦର,୨୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସର୍ବପୁରାତନ ତଥା ୧୯୧୩ ମସିହାରେ ପ୍ରତିଷ୍ଠା ହୋଇଥିବା କଟକ ର ସ୍ୱୟଂ ଶାସିତ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବିରେ ଆଜି ସୋମବାର ଦିନ ଛାତ୍ରୀମାନେ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି।

ଏଥିସହିତ ଦସ୍ତଖତ ଅଭିଯାନ ସହିତ ପୋଷ୍ଟକାର୍ଡ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନ୍ୟା ଶୈଳବାଳା ଦାସ ଉକ୍ତ କଲେଜ ପାଇଁ ଜମି ଦାନ କରିଥିବା ଜଣାଯାଇଛି। ଏଥିପାଇଁ ତାଙ୍କ ନାଁରେ ଶୈଳବାଳା ମହିଳା ମହାବିଦ୍ୟାଳୟ କରାଯାଇଛି।
