ନିରାକାରପୁର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଜୁନିୟର କଲେଜ ସ୍କାଉଟ ଗାଇଡ ତରଫରୁ ଜଳ ସେବା ଶିବିର କଲେଜ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜଳ ସେବା ଶିବିର କୁ ଆନୁଷ୍ଠାନିକ ଭାବେ କଲେଜ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ଉଦଘାଟନ କରିଥିବାବେଳେ ଏହାକୁ ରୋଭର ସ୍କାଉଟ ଲିଡର ଆଦିକନ୍ଦ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଶୁଭେଚ୍ଛୁ ନୀଳକଣ୍ଠ ସିଂହ, ଅଧ୍ୟାପକ ମନମୋହନ ନାୟକ, ଅଭିରାମ ପଣ୍ଡା,ବିଶ୍ୱଜିତ୍ ପଟ୍ଟନାୟକଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ରୋଭର୍ ଓ ରେଞ୍ଜର ଏକକ ର ଛାତ୍ରମାନେ ଏହି ଶିବିରରେ ବାଟୋଇ ମାନଙ୍କୁ ଦହି ପଣା ବଣ୍ଟନ କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ଏହି ଭଳି କାର୍ଯ୍ୟକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।
କମାଗୁରୁ ଜୁନିୟର କଲେଜ ସ୍କାଉଟ ଗାଇଡ ତରଫରୁ ଜଳ ସେବା ଶିବିର
