କଟକ ସଦର, ୨୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ,ସୋମପୁର ଓ ଧରିଣା ତିନୋଟି ପଞ୍ଚାୟତ କୁ ନେଇ ଅରିଲୋ କୃଷକ ସେବା ସମବାୟ ସମିତି କାର୍ଯ୍ୟ କରୁଅଛି। ପୂର୍ବରୁ ଏଵଂ ବର୍ତ୍ତମାନ ସରକାରଙ୍କ ସମସ୍ତ ମାର୍ଗଦର୍ଶିକା କୁ ଅନୁପାଳନ କରି ଆଜକୁ ତେର ବର୍ଷ ହେଲା ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ କଟକ-ପାରାଦୀପ ରାସ୍ତା କଡ ସୋମପୁର ଠାରେ ଧାନ ମଣ୍ଡି ସୂଚାରୁରୂପେ କାର୍ଯ୍ୟ କରୁଛି।
ହେଲେ ଚଳିତବର୍ଷ ଏଥିରେ କିଛି ନ୍ୟସ୍ତ ସ୍ୱାର୍ଥ ଵ୍ୟକ୍ତି ବ୍ୟତିକ୍ରମ ସୃଷ୍ଟି କରି ମଣ୍ଡିକୁ ଅନ୍ୟତ୍ର ଉଠାଇ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସୋମପୁର ଠାରେ ପୂର୍ବପରି ମଣ୍ଡି ଖୋଲାଯିବା କୁ ଅନୁମତି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ଠାରେ ଚାଷୀମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଉକ୍ତ ମଣ୍ଡିରେ ପଞ୍ଜିକୃତ ୫୩୨ ଜଣ ଚାଷୀ ୧୭ ହଜାର ୧ ଶହ କୁଇଣ୍ଟାଲ ଧାନ ଦେବେ ବୋଲି ଜଣାପଡିଛି।
