ଲଭ୍ ଜିହାଦକୁ ନେଇ କେନ୍ଦ୍ରାପଡାରେ ସାମ୍ବାଦିକ ସମ୍ମିଳନୀ

ସରକାର ତୁରନ୍ତ ଆଇନ ପ୍ରଣୟନ କରିବାକୁ ଦାବି

କେନ୍ଦ୍ରାପଡ଼ା,୨୬/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ହିନ୍ଦୁ ସାମାଜିକ ସୁରକ୍ଷା ସଂଗଠନ ପକ୍ଷରୁ ଏକ ଲଭ ଜିହାଦ କର୍ମଶାଳା ଏବଂ ସାମ୍ବାଦିକ ସମ୍ମିଳନୀ କଜଳାସ୍ଥିତ ଜଗନ୍ନାଥ ଚାରିଟି ଫାଉଣ୍ଡେସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁ ସାମାଜିକ ସୁରକ୍ଷା ସଂଗଠନ ସଭାପତି ଜ୍ୟୋତି ରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏଥିରେ କେନ୍ଦ୍ରାପଡ଼ା ଜିଲା ଧର୍ମଜାଗରଣର ଜିଲା ସହ ସଂଯୋଜକ  ଶଶାଙ୍କ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ  ମାତୃଦତ ମହାନ୍ତି ଓ ବିଲୁପ୍ରସାଦ ଦାସ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଜେନା କହିଲେ କେନ୍ଦ୍ରାପଡ଼ା ଜିଲାରେ ଲଭ ଜିହାଦ ଦିନକୁ ଦିନ ଏକ ଉଗ୍ର ରୂପ ଧାରଣ କରୁଥିବାରୁ ଏହା ହିନ୍ଦୁ ସମାଜକୁ ନାରୀ ଶୂନ୍ୟ କରିଦେବ ।

ଏଥିସହିତ ହିନ୍ଦୁ ମାନଙ୍କ ସଂଖ୍ୟାକୁ ଦେଶରୁ ହ୍ରାସ କରିଦେବାର ଷଡ଼ଯନ୍ତ୍ର ଭାବରେ ଏହି ଲଭ ଜିହାଦକୁ ଅସ୍ତ୍ରଭାବରେ ଏକ ନିର୍ଦିିଷ୍ଟ ସମ୍ପ୍ରଦାୟ ଦ୍ୱାରା ଯୋଜନା ବଦ୍ଧ ଭାବରେ ବ୍ୟବହାର କରାଯାଉଛି । ଯେଉଁ ଭଳି ଭାବରେ ଉକ୍ତ ସମ୍ପ୍ରଦାୟ ପକ୍ଷରୁ ଲଭ୍ ଜିହାଦ ଭଳି ଏକ ଘୃଣ୍ୟ ତଥା ରାଷ୍ଟ୍ରଦ୍ରୋହି ଅସାମାଜିକ କାର୍ଯ୍ୟ କରାଯାଇ ଷଡଯନ୍ତ୍ରକୁ ସଫଳ କରୁଥିବା ଯୁବକ ତଥା ବ୍ୟକ୍ତି ମାନଙ୍କୁ ୧୦ ଲକ୍ଷ ଟଙ୍କାର ଅର୍ଥ ରାଶି ସମ୍ମାନ ରୂପେ ଦେଇ ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା ।  ଏଥିସହିତ ହିନ୍ଦୁ ସମାଜର ନାରୀ ମାନଙ୍କର ବିଶେଷ ସୁରକ୍ଷା ସହିତ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତି ତଥା ସମ୍ପ୍ରଦାୟ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ସମ୍ମିଳନୀ ମାଧ୍ୟମରେ ଦାବି କରାଯାଇଛି ।

ଏଥିସହିତ ମୁଖ୍ୟବକ୍ତା କେନ୍ଦ୍ରାପଡ଼ା ଜିଲାର ହିନ୍ଦୁ ସମାଜକୁ ଜାଗ୍ରତ କରିବାକୁ ଯାଇ ହିନ୍ଦୁ ସମାଜରେ ଥିବା ପ୍ରତ୍ୟେକ ବ୍ୟକ୍ତି ପ୍ରତି ଟି ପରିବାର ଏଥିପ୍ରତି ସଚେତନ ହୋଇ ଆମ ସମାଜରେ ଗୋ, କନ୍ୟା, ଭୂମି ଯେପରି କୌଣସି ବିଧର୍ମୀ ନିକଟକୁ ନଯାଉ ସେଥିପାଇଁ ଦୃଢ଼ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ । ଏଭଳି ଘୂଣ୍ୟ କାର୍ଯ୍ୟ ବିରୁଦ୍ଧରେ ଯଦି ସରକାର ଏବଂ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ଏହାର ପ୍ରତିକାର ନକରନ୍ତି ତେବେ ସମଗ୍ର ହିନ୍ଦୁ ସମାଜ  ଏହି କାର୍ଯ୍ୟକୁ  ଆପଣାଇବାକୁ ମନପ୍ରସ୍ତୁତ କରି ନିଜ ସମାଜର ବ୍ୟକ୍ତି ଓ ଯୁବକ ମାନଙ୍କୁ ଏଥି ନିମନ୍ତେ ଶାରୀରିକ ଓ ଆର୍ଥିକ ସହଯୋଗ ଯୋଗାଇଦେଇ ପ୍ରୋତ୍ସାହିତ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏହାବ୍ୟତିତ ସଂଗଠନର କର୍ମକର୍ତାଙ୍କ ଦ୍ୱାରା ଏଥି ନିମନ୍ତେ ହିନ୍ଦୁ ଯୁବକମାନଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଲଭ୍ ଜିହାଦ ଉପରେ କୌଣସି ସ୍ୱତନ୍ତ୍ର ଆଇନ ନଥିବାରୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପାର୍ବତୀ ବେହେରା, ସରସ୍ୱତୀ ବଳ, ପ୍ରିୟତମା ବରାଳ, ଜ୍ୟୋତିରଞ୍ଜନ ନାୟକ, ପଙ୍କଜ ସାହୁ, ମାଧବ ଚନ୍ଦ୍ର ପ୍ରଧାନ, ସୁଶିଲ ଦାସ, ଲକ୍ଷ୍ମୀସାଗର ମହାନ୍ତି, ଅଭିଜିତ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଗୌରାଙ୍ଗ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ଏ ସମ୍ୱନ୍ଧରେ ନିଜ ନିଜର ମତ ରଖିôଥିବା ବେଳେ ସଂଗଠନର ଶତାଧିକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *