ଗଜପତିର ଜ୍ୟୋସ୍ନା ୱେଟ ଲିଫଟିଂରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଯୋଗୁଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ            

ପାରଳାଖେମୁଣ୍ଡି,୨୬/୧୨/୨୦୨୫ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଜ୍ୟୋସ୍ନା ୱେଟ ଲିଫଟିଂରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗୌରବ ଜନକ ସଫଳତା ପାଇଛନ୍ତି. । ତେଣୁ ତାଙ୍କୁ  ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା. । ଏଥି ଅନୁଯାୟୀ ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଦୌପୂର୍ଦୁ ମୃର୍ମୁଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି. । ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋସ୍ନା ଶବରଙ୍କ ବୟସ ୧୭ ବର୍ଷ. ।

ତଥାପି ସେ ଭାରୋଉତ୍ତୋଳନ ତଥା ୱେଟ ଲିଫଟିଂରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱର ସହ ଗୌରବ ହାସଲ କରିଥିବା ଯୋଗୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା. । ଜ୍ୟୋସ୍ନା ହେଉଛନ୍ତି ଗଜପତି ଜିଲ୍ଲାର ପେକଟ ଗ୍ରାମର କୀର୍ତନ ଶବରଙ୍କ କନ୍ୟା ସନ୍ତାନ । ଆଜି ୨୬ ତାରିଖ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ବାରା    ଜ୍ୟୋସ୍ନାଙ୍କୁ ପୁରସ୍କୃତ କରାଯାଇ  ସମ୍ମାନୀତ କରାଯାଇଥିଲା. ।

ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ବାଳିକା ଭାବେ ଏହି ସମ୍ମାନ ଲାଭ କରିଛନ୍ତି। ଗତ ୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ୟୁଟ ଓଫ ସୋସିଏଲ ସାଇନ୍ସରେ ରହି ଶିକ୍ଷାଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଥିଲେ। ଜ୍ୟୋସ୍ନାଙ୍କ ଏହି ସଫଳତା  ସମଗ୍ର ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡ଼ିଶା ପାଇଁ ସମ୍ମାନର କାରଣ ହୋଇପାରିଛି ।

Leave a Reply

Your email address will not be published. Required fields are marked *