କଟକ ସଦର ରେ ବିଜେଡ଼ି  ର  ପ୍ରତିଷ୍ଠା ଦିବସ ପାଳିତ   

କଟକ ସଦର,୨୬/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଆଜି ଶୁକ୍ରବାର ୨୬ ତାରିଖରେ ସାରା ରାଜ୍ୟରେ ବିଜେଡି ତାର ୨୯ ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ କଟକ ସଦର ର ବରିଷ୍ଠ ବିଜେଡି ନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଙ୍କ ନେତୃତ୍ଵରେ ଆଜି କିଶନନଗର ବିଜୁ ସେତୁ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଆଗାମୀ ଦିନରେ କଟକ ସଦର ବିଜେଡ଼ି ସଂଗଠନ କୁ ତୃଣମୂଳ ସ୍ତରରୁ ଆହୁରି ମଜଭୂତ କରିବାକୁ ସଂକଳ୍ପ କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଳାସ ମଲ୍ଲିକ ଙ୍କ ସମେତ  ସୁରେଶ ଚନ୍ଦ୍ର ବିଷୋୟୀ,ଗଗନ ବିହାରୀ ମହାପାତ୍ର, ବିଜୟ ମଲ୍ଲିକ, ପ୍ରକାଶ ମହାପାତ୍ର, ପ୍ରଦୀପ୍ତ ବିଷୋୟୀ, ସଞ୍ଜୟ ବେହେରା, ସୁଧାକର ଖଟାଇ,ଅଜୟ ମହାନ୍ତି,ଅଞ୍ଜନ ଦାସ, ନିମାଇଁ ଜେନା,ଅଫଜଲ ହୁସେନ, ମହମ୍ମଦ ଜାହିର୍,ଭୋଗିଲାଲ ପଟ୍ଟନାୟକ, ଦେବେନ୍ଦ୍ର ପଟ୍ଟନାୟକ, ମହମ୍ମଦ ସାଜାଦ ପ୍ରମୁଖ ବହୁ ବିଜେଡ଼ି କର୍ମୀ ଓ‌ ନେତା ଯୋଗଦାନ କରିଥିଲେ। ସେହିପରି କନ୍ଦରପୁର ପଞ୍ଚାୟତ ଅଥଙ୍ଗା

ବିଜୁ ସେତୁ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ସମର ବେହେରା, ରଜନୀକାନ୍ତ ସାହୁ, ଭିକାରୀ ବେହେରା, ଟୁକୁନା ରାଉତ ଙ୍କ ସମେତ ବହୁ ବିଜେଡ଼ି କର୍ମୀ।

Leave a Reply

Your email address will not be published. Required fields are marked *