ଗଣପତି ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟାଦଶ ବାର୍ଷିକ ଉତ୍ସବ

ନଶ୍ଚିନ୍ତକୋଇଲି,୨୫/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥ ପୁର ମୌଜା ର କେଉଟୁଲୀ ଗଣପତି ଶିଶୁଵିଦ୍ୟାମନ୍ଦିର ର ଅଷ୍ଟାଦଶ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସ୍ଥାନୀୟ ଅଞ୍ଚଳ ର ୧୨ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା, ଲିଖନ,ବୌଦ୍ଧିକବିକାଶ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।

 ଏହି ଅବସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।  ଅନୁଷ୍ଠାନ ର ଅଧ୍ୟକ୍ଷ ହେମନ୍ତ କୁମାର ନନ୍ଦ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚୌଧୁରୀ ଗଗନ ବିହାରୀ ପ୍ରଧାନ,ସମ୍ମାନିତ ଅତିଥି କାର୍ଯ୍ୟକାରୀ ସଭାପତି ବିଜୟାନନ୍ଦ ପ୍ରଧାନ,ସମ୍ପାଦକ ରଶ୍ମୀକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।  ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଅଶୋକ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେଚୌଧୁରୀ କୃପା ସିନ୍ଧୁ ପ୍ରଧାନ, ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଉଦବୋଧନଦେଇଥିଲେ ।

ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କାରାଯାଇ ଥିଲା ।  ଉପାଧ୍ୟକ୍ଷ ସସ୍ମିତା ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଗୁରୁଜୀ ଗୁରୁମା,ବିବାସିନୀ ସାହୁ,ଲକ୍ଷ୍ମୀ ପ୍ରିୟା ପ୍ରଧାନ,ମୋନାଲିସା ମହନ୍ତ, ସଂଗୀତା ନାଥ,ବର୍ଷା ରାଣୀ ଦାଶ,ପୂଜା ମଲିକ,ସସ୍ମିତା ସାମଲ,ପ୍ରିୟଦର୍ଶିନୀ ରାଉତ,ଅମରେନ୍ଦ୍ର ପଣ୍ଡା,ଅନ୍ନପୂର୍ଣ୍ଣା ବାରିକପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *