ଭୁବନେଶ୍ୱର, ୨୪/୧୨/୨୦୨୫ (ଓଡ଼ିଶା ସମାଚାର)- ଆଜି ରାଜ୍ୟ କ୍ୟାବିନେଟ୍ ର ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ କ୍ୟାବିନେଟ୍ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
ବରପୁତ୍ରମାନଙ୍କ ଗାଁରେ ତିଆରି ହେବ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ । ପ୍ରଥମ ପର୍ୟ୍ୟାୟରେ ୨୬ ବରପୁତ୍ରଙ୍କ ଗାଁରେ ଯୋଜନା ଆରମ୍ଭ ହୋଇଛି । ପ୍ରତି ବରପୁତ୍ର ଐତିହ୍ୟ ଗ୍ରାମ୍ୟ ପାଇଁ ୧୫ କୋଟି ଟଙ୍କା ମଂଜୁର ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ୧୧ ଟି ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି । ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି ସରକାର । ଏହା ଦ୍ବାରା ସାତ ହଜାର ଚାରିଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ।
