ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୪/୧୨/୨୦୨୫ (ଓଡ଼ିଶା ସମାଚାର)-  ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ ଗର୍ଗ । ପ୍ରକାଶଥାଉକି, ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ।

ନୂଆ ବର୍ଷରେ ଓଡ଼ିଶା ନୂଆ ମୁଖ୍ୟ ଶାସନ ସଚିବ ପାଇବ । ଅନୁ ଗର୍ଗଙ୍କର ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି । ପୂର୍ବରୁ ସେ ଅନେକ ବିଭାଗରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ସହ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ନୂଆ ଶାସନ ସଚିବ ନେଇ ଚାରି ଜଣ ଆଇଏସଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି ।

ସୂଚନାଯୋଗ୍ୟ, ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରାଜ୍ୟର ମୁଖ୍ୟ ଶାସନ ସଚିବ ହେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ବିଭିନ୍ନ ବିଭାଗରେ ଅନୁ ଗର୍ଗଙ୍କ କାର୍ଯ୍ୟଦକ୍ଷତା ରହିଛି। ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ଆହୁରି ଅନେକଗୁଡ଼ିଏ ବିଭାଗରେ କାମ କରିଛନ୍ତି। ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ବେଳେ ସେ ଗୃହ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *