କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡା,୧୦/୦୬/୨୬(ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସ ର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦) ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ,ତଥା ବିଚକ୍ଷଣ ରାଜନୀତିଜ୍ଞ ଭାବେ ବେଶ ଜଣାଶୁଣା ଥିବା ସହ ତାଙ୍କ ରାଜନୀତି କ୍ୟାରିଅର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ରେ ନିଷ୍ଠାପର ଭାବେ କାର୍ଯ୍ୟ କରି ରାଜ୍ୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ପଦ ପଦବୀ ରେ ରହି ଆସିଥିଲେ । ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ,ବୋହୂ, ନାତି, ନାତୁଣୀ ସମେତ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ବର୍ଗତ ଆଚାର୍ଯ୍ୟ ଙ୍କ ମର ଶରୀର କୁ ନିଜ ବାସଭବନ ଠାରୁ ଏକ ବିରାଟ ପଟୁଆର ରେ ସମଗ୍ର ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ବଡ଼ ପୁଅ ମାନସ ରଞ୍ଜନ ଆଚାର୍ଯ୍ୟ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ  ।

Leave a Reply

Your email address will not be published. Required fields are marked *