ଭୁବନ କଳା ପରିଷଦ ର ବାର୍ଷିକ ଉତ୍ସବ

ଭୁବନ,୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ କଳା ପରିଷଦ ର ବାର୍ଷିକ ଉତ୍ସବ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ଯାତ୍ରା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ର ସଭାପତି ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତା ଓ ନାଟ୍ୟକାର ଗୁରୁ ଚରଣ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁ ମୋଚନ ମହାନ୍ତି,ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ,ନାଟକ,ଟିଭି ଧାରାବାହିକ ନିର୍ଦ୍ଦେଶକ ମହେଶ ହାଜରା ଏବଂ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ସାହିତ୍ୟ ଏବଂ ନାଟକ ଲେଖକ,ଗବେଷକ ଡଃ ଅରୁଣ କୁମାର ନାୟକ ଯୋଗଦେଇଥିଲେ ।

ଏହି ଅବସରରେ ବରିଷ୍ଠ ମଞ୍ଚ ଓ ଦୂରଦର୍ଶନ କଳାକାର ଶିବ ପ୍ରସାଦ ମିଶ୍ର,ଆନନ୍ଦ ଚନ୍ଦ୍ର ନାୟକ,ଭାଗବତ ପୋଥାଳ ଓ ଶାନ୍ତନୁ କୁମାର ଦାଶ ଙ୍କୁ “ହିଙ୍ଗୁଳା ସମ୍ମାନ – ୨୦୨୫” ରେ ସମ୍ମାନିତ କରାଯାଇଥିଲା। ମା ହିଙ୍ଗୁଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶଶୀ ଭୁଷଣ ପୃଷ୍ଟି ,ସମ୍ପାଦକ କୁଞ୍ଜ ବିହାରୀ ଚିନରା ଉପସ୍ଥିତ ଥିଲେ । ରାତ୍ର ବାର ଘଟିକା ସମୟରେ ଦେବାଶିଷ ମିଶ୍ର ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସାମାଜିକ ନାଟକ “କିଏ ପୋଛିବ ଆଖିର ଲୁହ” ମଞ୍ଚସ୍ଥ ହୋଇଥିଲା । ପ୍ରାୟ ଦୁଇ ହଜାର ଦର୍ଶକ ନାଟକ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *