କୋଣାର୍କ ଲୋକକଳା ମହୋତ୍ସବ ଅନୁଷ୍ଠିତ

କୋଣାର୍କ,୧୨/୦୪/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶୀ ନୃତ୍ୟ ଓ ଲୋକ ନୃତ୍ୟ ଉତ୍ସବର ସମାହାର କୋଣାର୍କ ଲୋକକଳା ମହୋତ୍ସବ ୨୦୨୬ ରବିବାର ଦିନ ତମାମ କଲ୍ୟାଣ ମଣ୍ଡପ ପରିସରର ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶା ସଂସ୍କୃତି ବିଭାଗ ସହଭାଗିତାରେ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡିଶା କଳଚର୍ ଆର୍ଟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରତିଷ୍ଠାତା ଓ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇଏଏସ ଦାଶରଥି ଶତପଥୀ, ମୁଖ୍ୟ ବକ୍ତା ଭାବେ ଟେକ୍ନିକାଲ ନିର୍ଦ୍ଦେଶକ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବର ଶ୍ରୀଯୁକ୍ତ ବାସୁଦେବ ହେମ୍ବ୍ରମ, ସମ୍ମାନୀତ ଅତିଥି ଭାବେ ପ୍ରସିଦ୍ଧ ବ୍ୟଙ୍ଗକବି ଶ୍ରୀଯୁକ୍ତ ସମ୍ପଦ କୁମାର ରଥ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଡ: ତ୍ରିଲୋଚନ ବରାଳ, ସହ ସଂଯୋଜକ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ  ଶ୍ରୀଯୁକ୍ତ କୃତିବାସ ରଥ,  ସଂସ୍କୃତି ଗବେଷକ ତଥା ଶିକ୍ଷାବିତ୍ ମନମୋହନ ସ୍ବାଇଁ, ସଭାପତି ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶା ଶ୍ରୀଯୁକ୍ତ ନଙ୍ଗୁଳି ବାବା, ସାମ୍ବାଦିକ ତଥା ପରିବେଶବିତ୍ ଜ୍ଞାନ ରଞ୍ଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

ଆୟୋଜକ ଦ୍ଵାରା ଆୟୋଜିତ କରାଯାଉଥିବା ଏହି ଉତ୍ସବ ଦ୍ବାରା ଲୋକକଳା ଓ କଳାକାର ମାନଙ୍କର ଉନ୍ନତି ହେବା ସହ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ମତପୋଷଣ କରିଥିଲେ। କଳାକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପରିଚୟ ସେମାନେ ଆମର ଗର୍ବ ଓ ଗୌରବ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ୨ ଶହରୁ ଉର୍ଦ୍ଧ୍ବ କଳାକାର, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଅଭିନେତା, ସମାଜସେବୀ ଓ ସାହିତ୍ୟିକ ମାନଙ୍କୁ କୋଣାର୍କ ରତ୍ନ, ଧର୍ମପଦ ସ୍ମୃତି ସମ୍ମାନ, ଅର୍କଶ୍ରି ସମ୍ମାନ ଆଦି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଦୀପ ବିହାରୀ ମଞ୍ଚ ସଂଯୋଜନା କରିଥିବା ବେଳେ ନିରାକାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ପରିଚାଳନାରେ ବିଜୟ କେତନ ସାହୁ,ମୋନାଲିସା ଷଡ଼ଙ୍ଗୀ,ଦିବ୍ୟାଲିଶା ନାୟକ, ମୋନାଲିସା ମୁଦୁଲି, ପ୍ରଗତି ପାତ୍ର, ଦୀପକ ବେହେରା, ପ୍ରଶାନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *