ତାପସ ମେମୋରିଆଲ ୩୦ ତମ ନିମାପଡା କପ କ୍ରିକେଟ ପ୍ରତିଯୋଗିତା ୪ ତାରିଖ ରୁ

ନିମାପଡା, ୨୨/୧୨/୨୦୨୫ (ଓଡ଼ିଶା ସମାଚାର)-  ନିମାପଡା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ନିମାପଡାର ବାରବାଟୀ ପଡିଆରେ ଆସନ୍ତା ୪ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ ତାପସ ମେମୋରିଆଲ ୩୦ ତମ ନିମାପଡା କପ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଜି ମଧ୍ୟାହ୍ନରେ ସ୍ଥାନୀୟ ସାଇ ଲୋଟସ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିମାପଡା ଆଥଲେଟିକ ଆସୋସିଏସନର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ନିମାପଡା ଆଥଲେଟିକ ଆସୋସିଏସନ ର  କ୍ରିକେଟ ସଂପାଦକ ଅକ୍ଷୟ ବେହେରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର, କଟକ,ଖୋର୍ଦ୍ଧା,ପାରାଦ୍ୱୀପ,ପୁରୀ ଓ ନିମାପଡା  ସମେତ ଆଠଟି ବଛା ବଛା କ୍ରିକେଟ ଦଳ ଭାଗ ନେବେ। ଏହା ସମ୍ପୂର୍ଣ ନକ ଆଉଟରେ ଖେଳାଯିବ।

ପ୍ରତେକ ମ୍ୟାଚ ତିରିଶ ଓଭର ବିଶିଷ୍ଟ ହେବା ସହିତ ଖେଳାଳି ମାନେ ଧଳା ପୋଷାକ ଓ ନାଲି ବଲରେ ଖେଳିବେ। ଉଦ୍ଘାଟନ ଉତ୍ସବ ଜାନୁଆରୀ ୪ ତାରିଖରେ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୧ ତାରିଖରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ଟ୍ରଫି ସହ ୫୦ହଜାର ଟଙ୍କା ଉପବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯିବ।

ଉଦଯାପନୀ ଉତ୍ସବରେ ଜଣେ ସିନେ ତାରକାଙ୍କୁ ସାମିଲ କରିବାର ବ୍ୟବସ୍ଥା ରହିଛି। ଉଦଘାଟନୀ ମ୍ୟାଚ ରେ ପାଓନିଅର ସ୍ପୋଟିଂ,ପୁରୀ ବନାମ ପାରାମାଉଣ୍ଟ ସ୍ପୋଟିଂ,ଭୁବନେଶ୍ବର ୫ରେ ପ୍ରଅଗତି ସ୍ପୋଟିଂ, ଭୁବନେଶ୍ବର ବନାମ ସୋଲାର କ୍ରିକେଟ କ୍ଲବ କଟକ ୬ରେ ପ୍ରଥମ ସେମି ଫାଇନାଲ,୭ରେ ଖୋର୍ଦ୍ଧାଜିଲା କ୍ରିକେଟ ସଂଘ,ବନାମ ନିମାପଡ଼ା ଆଥଲେଟିକ ଆସୋସିଏସନ।୮ରେ ପାରାଦ୍ବିପ କ୍ରିକେଟ କ୍ଲବ ବନାମ ରାମେଶ୍ବର ସ୍ପୋଟିଂ,ଭୁବନେଶ୍ବର ୯ରେ ଦ୍ବିତୀୟ ସେମିଫାଇନାଲ,୧୦ରେ ପ୍ରଦଶନି କ୍ରିକେଟ ମ୍ୟାଚ ୧୧ରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ପ୍ରତିମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ,ଏବଂ ଟୁର୍ଣ୍ଣାମେଣ୍ଟର ମ୍ୟାନ ଅଫ ଦି ସିରିଜ,ଶ୍ରେଷ୍ଠ ବ୍ୟାଟର ଓ ବୋଲର ଙ୍କୁ ଙ୍କୁ ପୁରଷ୍କୃତ କରାଯିବ। ସାମ୍ବାଦିକ ସମ୍ମିଳନୀ ରେ କ୍ରୀଡାବିତ୍ ନିର୍ମଳ ମିଶ୍ର,ଆୟୋଜକ ଅଭିନନ୍ଦନ ପାତ୍ର,ଅଶୋକ ସାହୁ,ଆଶୁତୋଷ ରାୟ, ଅଭିନନ୍ଦନ ମିଶ୍ର,ଫୁଟବଲ୍ ସଂପାଦକ ପ୍ରକାଶ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *