ଜଗତସିଂହପୁର ବ୍ୟାଙ୍କ୍ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକ

ଜଗତସିଂପୁର, ୨୬/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ବ୍ୟାଙ୍କ୍ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଆବଶ୍ୟକୀୟ ଋଣ ଓ ସବସିଡି ପ୍ରଦାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କର ମାନଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ଚାଷୀ,ଯୁବ ଉଦ୍ୟୋଗୀ, ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା,ଗୃହ ନିର୍ମାଣ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଖଦୀ ଏବଂ କୁଟୀର ଶିଳ୍ପ ଇତ୍ୟାଦିର ହିତାଧିକାରିମାନଙ୍କୁ ବ୍ୟାଙ୍କ୍ ଲିଙ୍କେଜ ମାଧ୍ୟମରେ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ସରକାରୀ ଅଧିକାରୀ ମାନେ ବ୍ୟାଙ୍କ୍ ସହିତ ସମନ୍ୱୟ ରଖି ହିତାଧିକାରୀଙ୍କୁ ଋଣ ପ୍ରଦାନରେ କଣ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କର ମାନେ ଚଳିତ ଆର୍ଥିକ ବର୍ଷର ଶେଷସୁଦ୍ଧା ଅଧିକରୁ ଅଧିକ ଋଣ ପ୍ରଦାନ କରି କ୍ରେଡିଟ ଡେବିଟ୍ ଅନୁପାତ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର କ୍ରେଡିଟ ଡେବିଟ୍ ଅନୁପାତ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ୫୭.୫୨ପ୍ରତିଶତ ରହିଥିବା ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର ଅନୀଲ କୁମାର ପ୍ରଧାନ ସୂଚନା ଦେଇଥିଲେ।ଜିଲ୍ଲାରେ ମାର୍ଚ୍ଚ ୨୦୨୪ ସୁଦ୍ଧା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ୧୦୧.୯୦ ପ୍ରତିଶତ ସଫଳତା ହାସଲ ହୋଇପାରିଛି।ଜିଲ୍ଲାର ବାଲିକୁଦା, ନାଉଗାଁ,ଏରସମା ଅଞ୍ଚଳରେ ନୂତନ ବ୍ୟାଙ୍କ୍ ଶାଖା ଖୋଲିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୩୧.୦୩.୨୦୨୪ ସୁଦ୍ଧା ଋଣ ପ୍ରଦାନ କ୍ଷେତ୍ରରେ ୟୁକୋ ବ୍ୟାଙ୍କ୍ ୯୦.୨୪%, କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ୍ ୭୭.୮୦ ଏବଂ ପଞ୍ଜାବ ନେସନାଲ ବ୍ୟାଙ୍କ୍ ୭୩.୮୮ ପ୍ରତିଶତ ସଫଳତା ହାସଲ କରିଛନ୍ତି। ସେହିପରି ପ୍ରାଇଭେଟ୍ ବ୍ୟାଙ୍କ୍ ମାନଙ୍କ ମଧ୍ୟରୁ ଏଚ.ଡି.ଏଫ୍.ସି ୨୩୭.୨୧,ବନ୍ଧନ ବ୍ୟାଙ୍କ୍ ୨୧୩.୯୦ ଏବଂ ଆଇ.ଡି.ଏଫ୍.ସି ୧୯୮.୭୯ ପ୍ରତିଶତ ଅନୁପାତରେ ଋଣ ପ୍ରଦାନ କରିଛନ୍ତି।ଏହି ବୈଠକରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଖଦୀ ଓ କୁଟୀର ଶିଳ୍ପ, କୃଷି ବିଭାଗର ବଳରାମ ଯୋଜନା,ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ,କୁକୁଡ଼ା, ଛତୁ ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ,ପି.ଏମ.ଇ.ଜି.ପି,ଶିଳ୍ପ ଉନ୍ନତି ଯୋଜନା, ଜାତୀୟ ସହରାଞ୍ଚଳ ଜୀବିକା ମିଶନ, , ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା, ଅର୍ଥନୈତିକ ସାକ୍ଷରତା କାର୍ଯ୍ୟକ୍ରମ,ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ଆର୍.ସେ.ଟି ,ମୋ ଘର, ମିଶନ ଶକ୍ତି ସ୍କୁଟର ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର ୟୁକୋ ଅନୀଲ କୁମାର ପ୍ରଧାନ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ ଡି.ଡି.ଏମ,ନାବାର୍ଡ ଶ୍ରୀ ବିଶ୍ୱଭୁଷଣ ମହାନ୍ତି,ଏଲ.ଡି.ଓ ରିଜର୍ଭ ବ୍ୟାଙ୍କ ଶ୍ରଦ୍ଧା ଟପ୍ନୋ, ଆଞ୍ଚଳିକ ପରିଚାଳକ ଷ୍ଟେଟ ବ୍ୟାଙ୍କ ଦେବାଶିଷ ରଥ,ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ, ମତ୍ସ୍ୟ ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ, ଜେନେରାଲ ମ୍ୟାନେଜର ଜିଲ୍ଲା ଶିଳ୍ପକେନ୍ଦ୍ର,ଜିଲ୍ଲା ମିଶନ ଶକ୍ତି କୋର୍ଡିନେଟର,କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *