ପୁରୀ/ ଭୁବନେଶ୍ୱର, ୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଶନିବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଫଳରେ ଉକ୍ତ ଦୋକାନଟି ଭାଙ୍ଗିଯାଇଛି।
ଖବରପାଇ ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପିପିଲି ଏସଡିପିଓ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି। ବୋମାମାଡ଼ର କାରଣ ଜଣାପଡ଼ି ନାହିଁ। ତେବେ ପୂର୍ବ ଶତ୍ରୁତା ରୁ ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି।
