କଟକ ସଦର ,୨୦/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ଠାରେ ଗଠିତ ମା’ ଅମ୍ଵିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ପର୍ବ ଆଜି ଶନିବାର ଦିନ ଅମ୍ଵିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସଭାପତି ନାରାୟଣ ଚନ୍ଦ୍ର ସିହ୍ନା ସଭାପତିତ୍ବ କରିଥିଲେ ଓ ସଂପାଦକ ଵ୍ୟଙ୍ଗକଵି ପ୍ରତାପ ଚନ୍ଦ୍ର ବେହେରା ସଂଯୋଜନା କରିଥିଲେ ।

ଆୟୋଜିତ ସଭାରେ ବରିଷ୍ଠ ରୁ ବରିଷ୍ଠତମ ନାଗରିକ ଅଵନ୍ତୀ ନାଥ ଦତ୍ତ, ଶ୍ରୀକାନ୍ତ ରାୟ, ପତିତପାବନ ଜେନା ଓ ସୁଧାଂଶୁ ପାତ୍ର ଙ୍କ ସମେତ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସାମ୍ବାଦିକ ସର୍ବେଶ୍ଵର ମିଶ୍ର, ସାମ୍ବାଦିକ ସରାଫତ ଅଲ୍ଲୀ, ସାମ୍ବାଦିକ ଦେବେନ୍ଦ୍ର ସେଠୀ ଙ୍କୁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରଵଚକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ପ୍ରବଚନ ଦେଇଥିଲେ। ଏଥିରେ ଦାମୋଦର ସାହୁ, ହିମାଂଶୁ ପାତ୍ର, ଦିଲ୍ଲିପ ଦତ୍ତ, ସୁରେନ୍ଦ୍ର ନାଥ ସାହୁ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
