ବୋଲଗଡ ୨୩/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ପିଚୁକୁଳି ପଞ୍ଚାୟତ ର ଚମ୍ପାଇଲୋ ଗ୍ରାମ ଓଡିଶାର ଏକ ସ୍ୱାଧୀନତା ର ବଳିଷ୍ଠ ଉଦାହରଣ । ଏହି ଗ୍ରାମର ୨୩ଜଣ ସ୍ୱାଧୀନତା ସଂଗ୍ରାମୀ ଦେଶପାଇଁ ବଳିଦାନ ଦେଇଥିଲେ । ସୁବାଷ ବୋଷଙ୍କ ଡାକରାରେ ଆଜାଦହିନ୍ଦ୍ ଫୌଉଜ ରେ ଯୋଗଦେଇ ଦେଶ ମାତୃକାକୁ ରକ୍ଷା କରିଥିଲେ । ସେହି ସ୍ମୃତିକୁ ସବୁଦିନପାଇଁ ମନେରଖିବାକୁ ପିଚୁକୁଳି ବଜାର ନିକଟରେ ଜାତୀୟ ରାଜପଥ ଉପରେ ଏକ ନେତାଜୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ମୃତିର ସଙ୍କେତ । ଆଜି ସେମାନଙ୍କ ଭିତରୁ କେହିବି ଜୀବିତ ନଥିବାବେଳେ ତାଙ୍କର ଦାୟାଦମାନେ ଓ ଗ୍ରାମବାସୀମାନେ ମିଳିତଭାବେ ନେତାଜୀ ଜୟନ୍ତୀ ପାଳିତ କରନ୍ତି । ଏହିଦିନ ଏହି ଗ୍ରାମର ମେଘମହ୍ଲାର ଅନୁଷ୍ଠାନ,ଯୁବଭାରତୀ ଅନୁଷ୍ଠାନ ଓ ଦାମୋଦର ବିଦ୍ୟାଳୟ ର ମିଳିତ ସହଯୋଗ ରେ କବି ସନ୍ମେଳନ, ଓ ପଦଯାତ୍ରା ମାନ ଅନୁଷ୍ଠିତ ହୁଏ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ବାସୁଦେବ ବରାଡ଼,ଶିକ୍ଷୟିତ୍ରୀବୃନ୍ଦ, ସଂଗ୍ରାମୀଙ୍କ ଦାୟାଦ କୈଳାସ ଚମ୍ପତି, ପ୍ରମୋଦ କୁମାର ପ୍ରତାପସିଂ,ବିରସେନ ବରାଡ଼, ଯୁଧିଷ୍ଠିର ଉତ୍ତରରାୟ, ଯୁବଭାରତୀ ର ସମ୍ପାଦକ ଦିପକ କୁମାର ପାହାଡ଼ସିଂ, ମେଘ ମହ୍ଲାର ର ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମଥୁରା ମଙ୍ଗଳ ର ରଚୟିତା ଭକ୍ତକବି ଭକ୍ତଚରଣ ଦାସଙ୍କ ଜନ୍ମପୀଠ ସାନପଦର ଗ୍ରାମର ଭକ୍ତଚରଣ ସରକାରୀ ଉଚ୍ଚବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସିଂହ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦଳାଇ, ଦୁର୍ଗାପ୍ରସାଦ ସୁବୁଦ୍ଧି, ଗଜେନ୍ଦ୍ର କଅଁର, ପ୍ରଦୀପ କୁମାର ବେହେରା, ଅଶୋକ କୁମାର ନାୟକ, ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା, ଶେଷଲତା, ଅମିତା ଦିଦି ଯୋଗଦେଇ ନେତାଜୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରକୃତିପ୍ରେମୀ ଶିକ୍ଷକ ସାନନ୍ଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଶେଷରେ ମୁଖ୍ୟ ଅତିଥି ନେତାଜୀ ଙ୍କ ଉପରେ ଦେଶ ବନ୍ଦନା ଗାନ କରିଥିବାବେଳେ ଛାତ୍ର ଛାତ୍ରୀମାନେ ସଂଗୀତ ଓ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ ।