ଲିଙ୍ଗରାଜ ଭଜନ ମଣ୍ଡପର ପୁନରୁଦ୍ଧାର ପାଇଁ ନଡ଼ିଆ ବାଡ଼େଇ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପବିତ୍ର ଶିବରାତ୍ରୀରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଭଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ମାଝୀ ଲିଙ୍ଗରାଜ ଭଜନ ମଣ୍ଡପର ପନରୁଦ୍ଧାର ପାଇଁ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଆଇନ ଓ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅନୁଷ୍ଠାନର ଉପସଭାପତି ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ତଥା ଅନୁଷ୍ଠାନର ଉପସଭାପତି ସମୀର ମହାନ୍ତି, ଶିବାନନ୍ଦ ରାୟ, ଜଗନ୍ନାଥ ପ୍ରଧାନ, ରଶ୍ମୀ ମହାପାତ୍ର, ମନ୍ମଥ ରାଉତରାୟ, କର୍ପୋରେଟର ବିରଂଚି ନାରାୟଣ ମହାସୁଆର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ମୁମ୍ବାଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଷା ଉଥପ, ଅନୁରାଧା ପଡ଼ୱାଲ, ଅଭିଜିତ ଘୋଷାଲ, କୁମାର ସଞ୍ଜୟ, ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ମୃତୁ୍ୟଞ୍ଜୟ ମହାପାତ୍ର, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ପ୍ରବଚକ ଜିତୁ ଦାସ, ଏମଜିଏମ୍ ର ସିଏମଡ଼ି ତଥା ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ବଇଆ କୋରାଖଇ ଭାଗବତ ସାହୁ, ସଂଗଠକ ଡ. ଚିନ୍ମୟନନ୍ଦ ବଡ଼ଜେନା, ପରିବେଶବିତ୍ ଡ. ବଦ୍ରିନାଥ ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଦୀପକ ଦାଶ, ଆଇନଜୀବୀ ସତ୍ୟରଞ୍ଜନ ସେନାପତି, ବରିଷ୍ଠ ଡାକ୍ତର ଶଙ୍କର ଆଚାର୍ଯ୍ୟ, ଚଳଚ୍ଚିତ୍ର ଗବେଷକ ମାଧବାନନ୍ଦ ବେହୁରା, ଡ. ତିରୁପତି ପାଣିଗ୍ରାହୀ, ଶ୍ରୀବତ୍ସ ପତି, ଶିକ୍ଷାବିତ୍ ତଥା ୮ ନମ୍ବର ଡିଏଭି ସ୍କୁଲ୍ ର ଅଧ୍ୟକ୍ଷା ଇପସିତା ଦାସ ପ୍ରମୁଖ ୨୩ ଜଣଙ୍କୁ ଏକାମ୍ରଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୨୪ ଘଂଟିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ହଜାର ହଜାର ଶ୍ରୋତା ମଧ୍ୟ ବସି ଉପଭୋଗ କରିଥିଲେ । ଭୋର ୪ ଘଟିକାରୁ କ୍ରମ ଅନୁଯାୟୀ ଶଙ୍ଖଧ୍ୱନି, ବନ୍ଦେ ପାଠ, ଶିବ ସହସ୍ରନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମଚରିତ ମାନସ ପରାୟଣ ଓ ପ୍ରବଚନ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଏହାକୁ କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ଓ ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଧେଶନାରେ ଓଡ଼ିଆ କଣ୍ଠଶିଳ୍ପୀ ସୌରଭ ନାୟକ, ରବୀନ୍ଦ୍ର ମହାପାତ୍ର, ଦିପ୍ତୀରେଖା ପାଢୀ, ଅଞ୍ଜଳି ମିଶ୍ର, ମାନସୀ ପାତ୍ର, ଆଲୋକ କୁଣ୍ଡୁ, ସୁଧାକର ମିଶ୍ର ପିନାକୀ ନାୟକ, କି୍ରଷ୍ଣା ମିଶ୍ର, ଦିବ୍ୟା ପ୍ରିୟଦର୍ଶନୀ, ବିଷ୍ଣୁପ୍ରିିୟା, ଅରୂପା ଦାସ, କୃଷ୍ଣଚନ୍ଦ୍ର ପ୍ରମୁଖ ୫୧ଜଣ କଣ୍ଠଶିଳ୍ପୀ ଭଜନ ପରିଷେଣ କରିଥିଲେ ।

Leave a Reply

Your email address will not be published. Required fields are marked *