ଧନ୍ଦାମୂଳକ କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

 ଭୁବନେଶ୍ୱର,୧୬/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ  ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେଉଅଛି।

ଏହି ପ୍ରଶିକ୍ଷଣ ରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM,BFSI  ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ  ପାରଳାଖେମୁଣ୍ଡି  ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।

ଆଜିର ଉଦଘାଟନୀ ଅଧିବେଶନରେ ଜଟଣୀ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାର , ସି ୟୁ ଟି ଏମ ର ଉପକୂଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ, ପ୍ରୋ-ଭିସି ଡ଼ଃ ଅଜୟ କୁମାର ନାୟକ ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉଦଘାଟନୀ  ଅଧିବେଶନ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ଆୟାର ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ।ସେହିପରି ଉପକୂଳପତି ପ୍ରଫେସର ପଟ୍ଟନାୟକ ଧନ୍ଦା ମୂଳକ ଶିକ୍ଷା ରେ ଦକ୍ଷତା ବିକାଶ ର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ।   ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ଶ୍ରୀମତୀ ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ପାରଳାଖେମୁଣ୍ଡି ଠାରେ ଉଦଘାଟନୀ  ଅଧିବେଶନ ରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାୟାଧର ସାହୁ ଯୋଗଦେଇଥିଲେ।

-0-

 ରୋଜାଲିନ୍ ସାହୁ ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *