ଚିକିତ୍ସାଧୀନ କଲେଜ ଛାତ୍ରୀଙ୍କ ଅକାଳ ବିୟୋଗ

ନିରାକାରପୁର, ୧୩ /୧୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ଜୁନିୟର କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ରୀ ସୁଜାତା ପ୍ରଧାନଙ୍କର ଡ଼ାକ୍ତରଖାନାରେ ଚିକିତ୍ସା ହେବା ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ଟାଙ୍କୋଳ ଶମ୍ଭୁନାଥ ପ୍ରଧାନଙ୍କ କନ୍ୟା ଅଟନ୍ତି। ସେ ପୂର୍ବରୁ ଶ୍ୱାସ ରୋଗରେ ପୀଡିତ ଥିବା ଜଣାପଡିଛି। ଗତକାଲି ତାଙ୍କର ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ପରେ ଶୋକ ର ଛାୟା ଖେଳିଯାଇଛି। ଆଜି କମାଗୁରୁ କଲେଜରେ  ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହିତ ତାର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *