୨୧ ଗ୍ରାମର ହେରୋଇନ ସହ ୯୫୦ ଗ୍ରାମର ଗଞ୍ଜେଇ ଜବତ।
ଜଗତସିଂହପୁର,୧୫/୧୨/୨୦୨୫ (ଓଡ଼ିଶା ସମାଚାର)-ସୋମବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।
ବାଲିକୁଦା ଥାନା ଅନ୍ତର୍ଗତ ଡେଙ୍ଗାପୋଲ ବଜାରରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାବେଳେ ଏକ ବିଶେଷ ସୂତ୍ର କୁ ଆଧାର କରି ବାଲିକୁଦା ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରା ନିଜ ଟିମ ସହ ଚଢାଉ କରିଥିଲେ। ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାକୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୨୧ ଗ୍ରାମର ବେଆଇନ ହେରୋଇନ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ଟ ୨,୧୦,୦୦୦ଙ୍କା।ଗିରଫ ଅଭିଯୁକ୍ତ ଜଣକ ହେଲେ ଦାଦପୁର ଗ୍ରାମର ପ୍ରଶାନ୍ତ ମହାରଣାଙ୍କ ପୁଅ ମୃତ୍ୟୁଞ୍ଜୟ ମହାରଣା(୨୮)।
ସେହିପରି ଅନ୍ୟ ଏକ ଘଟଣାକ୍ରମ ଜଗତସିଂହପୁର ଅବକାରୀ ଥାନାର ସବ୍ଇନ୍ସପେକ୍ଟର ନରେଶ କୁମାର ପଣ୍ଡାଙ୍କ ନେତୃତ୍ବରର ଏକ ଟିମ ଜଗତସିଂହପୁର ଥାନା ଅନ୍ତର୍ଗତ ଗୁମୁଟିପୁର ଗ୍ରାମରେ ଚଢାଉ କରି ୯୫୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବେପାରରେ ଜଡିତ ଥିବା ଗୁମୁଟିପୁର ଗ୍ରାମର ସ୍ବର୍ଗତ ଗୋବିନ୍ଦ ଖଟୁଆ ଙ୍କ ପୁଅ ବିଷ୍ନୁ ଚରଣ ଖଟୁଆ(୬୫) ଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଟ ୯,୫୦୦ ଙ୍କା ହେବ।
ଆଜିର ଏହି ଚଢାଉ ରେ ବାଲିକୁଦା ଅବକାରୀ ଥାନାର କନଷ୍ଟେବଳ ଦୀନବନ୍ଧୁ ସେଠୀ, ପ୍ରତିମା ଜେନା, ଶୁଭଶ୍ରୀ ବିଶ୍ବାଳ ଏବଂ ଜଗତସିଂହପୁର ଅବକାରୀ ଥାନାର ଏ ଏସ୍ ଆଇ ଶୁଭଦର୍ଶିନୀ ସାହୁ, କନଷ୍ଟେବଳ ବର୍ଷାରାଣୀ ଖୁଣ୍ଟିଆ, ଅନୁରାଗ ସୂର୍ୟ୍ୟବଂଶୀ ପ୍ରମୁଖ ସାମିଲ ଥିଲେ।
ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
