କଟକ ସଦର,୨୨/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ବ୍ଲକ ପ୍ରଶାସନର ଦାୟିତ୍ବହୀନତା ପାଇଁ ୨୩ ଗୋଟି ପଞ୍ଚାୟତର ଗାଁ ଗାଁ ରୁ ଆଦାୟ ହୋଇଥିବା ଅର୍ପଣ ଚାଉଳ ପରମହଂସନାଥଙ୍କ ମନ୍ଦିର ବେଢ଼ାର ପଛପଟେ ଵର୍ଷାରେ ଭିଜିଵା ବିସ୍ତୃତ ଖଵର ‘ଓଡିଶା ସମାଚାର’ରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନର ଚେତା ପଶିଥିବା ଜଣାପଡିଛି। ଏଥିପାଇଁ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ପରମହଂସ ପଞ୍ଚାୟତର ଡିଲର ମାନଙ୍କ ସହାୟତାରେ ଚାଉଳ ସବୁକୁ ରି-ପ୍ୟାକିଙ୍ଗ କରାଯାଇ ପରମହଂସନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଯାତ୍ରୀ ଵିଶ୍ରାମାଗାରକୁ ସ୍ଥାନାନ୍ତର କରାଯାଇଥିଵା ଜଣାଯାଇଛି। ହେଲେ ପରମହଂସ ପଞ୍ଚାୟତର ଵହୁ ସରକାରୀ ଘର ଥିବା ଏଵଂ ସେଥିରୁ କିଛି ଭଡ଼ାରେ ଲାଗିଥିଲା ବେଳେ ଅର୍ପଣ ଚାଉଳକୁ ମନ୍ଦିର ପଛପଟେ ଏଭଳି ଦୟନୀୟ ଭାବେ ରଖାଯିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉକ୍ତ ଚାଉଳକୁ କେଵେ ଓ କେଉଁଠିକି ପଠାଯିବ ସେ ସମ୍ପର୍କରେ ବ୍ଲକ ପ୍ରଶାସନ ନିରବତା ଅଧିକ ରହସ୍ୟମୟ ସୃଷ୍ଟି କରିଛି।