ବିରଜା ମିଶ୍ରଙ୍କ ରଚିତ ପୁସ୍ତକ ‘ଲୋଟସ୍ ଫ୍ରମ ଦ ସ୍ୱାମ୍ପ’ ଉନ୍ମୋଚିତ

କଟକ,୧୪/୧୨/୨୦୨୫ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଓଡ଼ିଶାର ପୂର୍ବତନ ବିଚାରପତି ଗତି କୃଷ୍ଣ ମିଶ୍ରଙ୍କ ଜୀବନୀ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଲେଖକ ଶ୍ରୀଯୁକ୍ତ ବିରଜା ମିଶ୍ରଙ୍କ ରଚିତ ପୁସ୍ତକ ‘ଲୋଟସ୍ ଫ୍ରମ ଦ ସ୍ୱାମ୍ପ’ ଆଜି (ଶନିବାର) ରେଭେନ୍ସା ବିଶ୍ୱ-ବିଦ୍ୟାଳୟର ସେଭେନ୍ ପିଲାର ଅଫ୍ ୱିଜଡମ କନଭେନସନ୍ ହଲରେ ଉନ୍ମୋଚିତ ହୋଇଯାଇଛି ।

ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ଆଲୋକ ଆରାଧେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଉନ୍ମୋଚନ କରି ପୁସ୍ତକର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଲେଖକ ଶ୍ରୀ ବିବେକ ପଟ୍ଟନାୟକ, ଓଡ଼ିଶା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ହରିଶ୍ ଟଣ୍ଡନ୍, ମୁଖ୍ୟ ବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଔପନାସିକ ବିରଜା ମିଶ୍ରଙ୍କ ଲିଖନୀକୁ ଉଚ୍ଚ ପ୍ରଶଂସା କରିଥିଲେ । ଲେଖକ ତଥା ପ୍ରକାଶକ ଶ୍ରୀଯୁକ୍ତ ଶୁଭ୍ରାଂସୁ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ସାହିତ୍ୟକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ କେଦାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପୁସ୍ତକକୁ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ୍’ ପ୍ରକାଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *