କୋଠପଦାରେ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମାହାଙ୍ଗା ୧୪/୧୨/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଆଥଲେଟିକ ଆସୋସିଏସନ କଟକ ଫୁଟବଲ ଆସୋସିଏସନ ଓ ରୁରାଲ ଆଥଲେଟିକ ଆସୋସିଏସନ କୋଠପଦାର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ କୋଠପଦା ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି ।

ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଫୁଟବଲ ଖେଳ କିପରି ଜନାଦୃତ ହୋଇପାରିବ, ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଓଡିଶା ଫୁଟାବଲ ଜଗତର ଜଣେ ଚର୍ଚ୍ଚିତ କିମ୍ବଦନ୍ତୀ ପୁରୁଷ କ୍ରୀଡ଼ାବିତ ସ୍ବର୍ଗତ ବଚନଙ୍କ ସ୍ମୃତିକୁ ପୁନର୍ବାର ଉଦଜୀବିତ କରିବାକୁ ଯାଇ ଦୀର୍ଘ ୩୧ ବର୍ଷ ପରେ କୋଠପଦା ଠାରେ ଦ୍ୱିତୀୟ ଥର ପାଇଁ ଏହି ଖେଳ ଆୟୋଜନ କରାଯାଇଥିବାରୁ ସେ ମାହାଙ୍ଗା ଆଥଲେଟିକ ଆସୋସିଏସନକୁ କୃତଜ୍ଞତା ଜଣାଇଥିଲେ ।

କଟକ ଜିଲ୍ଲା ଫୁଟବଲ ସଂଘର ସମ୍ପାଦକ ବିରେନ ବେହେରା, କ୍ରୀଡ଼ା ପ୍ରଶିକ୍ଷକ ତଥା କ୍ରୀଡ଼ାବିତ ସହଦେଵ ରାଉତ,ମାହାଙ୍ଗା କ୍ରୀଡା ସଂସଦର ସଭାପତି ସୁଟୁ ଘୋଷ, ସମ୍ପାଦକ ସମରେନ୍ଦ୍ର ଜେନା, ଆଇନୀଜୀବୀ ଶରତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ଉଦଘାଟନ ମ୍ୟାଚ ମାହାଙ୍ଗା ଫୁଟବଲ ଟିମ ଏବଂ କଟକ ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ମାହାଙ୍ଗା ଫୁଟବଲ ଟିମ କଟକ ଫୁଟୁବଲ ଟିମ ବିରୁଦ୍ଧରେ ଏକ ଚିତାକର୍ଷକ ଗୋଲ ଦେବାରେ ସଫଳ ହୋଇଥିଲେ ।

ତେବେ ଦ୍ୱିତୀୟାର୍ଦ୍ଧର ଖେଳ ବେଶ ଚିତାକର୍ଷକ ହୋଇଥିଲେ ମଧ୍ୟ,କଟକ ଟିମକୁ ନିରାଶ ହେବାକୁ ପଡିଥିଲା । ଗୋଲ ଦେବାରେ ସେମାନେ ବିଫଳ ହୋଇଥିଲେ । ଶେଷରେ ମାହାଙ୍ଗା ଫୁଟବଲ ଟିମ ଏକ – ଶୂନ ଗୋଲରେ ବିଜୟୀ ଘୋଷିତ ହୋଇଥିଲା । ଏହି ଉଦ୍ଘାଟନୀ ମ୍ୟାଚ ଦେଖିବା ପାଇଁ ବହୁ ଫୁଟବଲ ପ୍ରେମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *