କିଶନନଗର ୯୯ ସୂପର ବଜାରର ବର୍ଷ ପୂର୍ତ୍ତି ଉତ୍ସବ 

କଟକ ସଦର,୦୬/୦୬/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ  କିଶନନଗର ହାଇସ୍କୁଲ ନିକଟରେ ଷ୍ଟେଟବ୍ୟାଙ୍କ ଉପର ମହଲାରେ ଥିବା ୯୯ ସୁପର ବଜାରରେ ଆଜି ଶନିବାର ସଂଧ୍ୟାରେ ଏକବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସୁପର ବଜାରର ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ବିଳାସ ମଲ୍ଲିକ କେକ୍ କାଟି ଜନ୍ମ ବାର୍ଷିକ ପାଳନ କରିଥିଲେ।

ଏଠାରେ ୯,୪୯,୯୯,୧୯୯,୨୯୯ ଓ ୩୯୯ ଟଙ୍କାର ସମସ୍ତ ପ୍ରକାର ଘରକରଣା ଜିନିଷ ପୋଷାକ ପତ୍ର ଉପଲବ୍ଧ ହେଉଥିବା ବେଳେ ଅଳ୍ପଦିନ ଭିତରେ ଏହାର ଉପର ମହଲାରେ ପନିପରିବା, ଫଳମୂଳ,ଗ୍ରୋସରୀ, ଷ୍ଟେସନାରୀ ସାମଗ୍ରୀର ଏକ ଜିଓ ମାର୍ଟ ଖୋଲିବାକୁ ଯାଉଥିବା ବିଳାସ ମଲ୍ଲିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମ୍ୟାନେଜର ଅଜୟ ମହାନ୍ତି, ପ୍ରଦୀପ୍ତ ଭୋଇ, ଜୟରାମ ନାୟକ, ମିନାକ୍ଷୀ ନାୟକ, ସୁପ୍ରିୟା ଭୋଇ, ମାନିନୀ ଭୋଇ, ବିଜୟଲକ୍ଷ୍ମୀ ସାମଲ,ଦୀପକ ଭୋଇ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *