କଟକ ସଦର,୧୭/୦୭/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଦେଶରେ ଏବେ ଜାଳେଣି ଗ୍ୟାସ କଟକଣା ବଳବତ୍ତର ଥିବା ବେଳେ ଏହି ସୁଯୋଗରେ ମାଫିଆମାନେ ସକ୍ରିୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ସଦର ଅନ୍ତର୍ଗତ କିଶନନଗର ଅଞ୍ଚଳରେ ମାଫିଆ ମାନେ ନିଜ ନିଜ ଗୋଦାମରେ ଶହଶହ ଗ୍ୟାସ୍ ଟାଙ୍କି ରଖି ଚଢା ଦାମରେ ଖୁଲମଖୁଲା ବିକ୍ରୟ କରୁଥିବା ଅଭିଯୋଗ ହେଉଛି।
ଏତେ ପରିମାଣର ଗ୍ୟାସ ଟାଙ୍କି କେଉଁଠୁ ଓ କିପରି ଏହି ଚୋରା ବେପାରୀମାନେ ଆଣୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା କେବଳ ବିଭିନ୍ନ ଗ୍ୟାସ ଏଜେନ୍ସୀ ଓ ଯୋଗାଣ ବିଭାଗର ମଧୁ ଚନ୍ଦ୍ରିକା ଯୋଗୁଁ ଖୋଲା ବଜାରକୁ ଏତେ ପରିମାଣର ଗ୍ୟାସ ସିଲିଣ୍ଡର ପ୍ରବେଶ କରୁଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
