ଯାଜପୁର, ୧୩/୧୨/୨୦୨୫ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୪୩୬ ଟି ମୋକଦ୍ଦମା ଫଇସଲା ହୋଇଛି । ସେଥିମଧ୍ୟ୍ୟରୁ ୬୩୯ ଗୋଟି ଫୌଜଦାରୀ, ୧୭ ଗୋଟି ମୋଟର ଦୁର୍ଘଟଣାଜନିତ ମାମଲା, ୬୪ ଗୋଟି ଦେୱାନୀ, ୧୪ ଗୋଟି ପାରିବାରିକ କଳହ ମାମଲା ଏବଂ ରାଜସ୍ବ ବିଭାଗର ୫୭୦୨ ଟି ମାମଲା ଫଇସଲା କରାଯାଇ ମୋଟ ୮,୧୬,୦୪,୧୨୨/- ଟଙ୍କା ଆଦାୟ କରାଯାଇଛି । ଏତଦବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୭୬ ଗୋଟି, ବିଦ୍ୟୁତ ବିଭାଗର ୧୫୭ ଗୋଟି, ସ୍ଥାୟୀ ଲୋକ ଅଦାଲତର ୩ ଗୋଟି ଏବଂ ଟେଲିଫୋନ ସମ୍ବନ୍ଧୀୟ ୧୩ ଗୋଟି ପ୍ରାକ-ବିଚାରାଧୀନ ମାମଲା ଫଇସଲା କରାଯାଇ ମୋଟ ୪୧,୫୫,୭୪୬/- ଟଙ୍କା ଆଦାୟ କରାଯାଇଛି।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜ଼ିଲ୍ଲା ଓ ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜ଼ିଲ୍ଲା ଆଇନ ସେନା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଅଦାଲତରେ ଯାଜପୁର ଜ଼ିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀ ଗୁଣ୍ଡିଚା ସାମନ୍ତ ସିଂହାର, ଅତିରିକ୍ତ ଜ଼ିଲ୍ଲାଜଜ ଶ୍ରୀ ବିଶେଶ୍ୱର ବିଶ୍ୱ ପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସତ୍ୟ ପ୍ରକାଶ ରାୟ ଚୌଧୁରୀ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ, ରେଜିଷ୍ଟାର ଶ୍ରୀ ମାନସ ରଞ୍ଜନ ସାମନ୍ତରାୟ ବରିଷ୍ଠ ଦେୱାନୀ ବିଚାରପତି (ଏଲଆର ଏବଂ ଏଲଟିଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ. ଡି. ଜେ. ଏମ. ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାରପତି ଶ୍ରୀମତୀ ସୁନିତା ବିଶ୍ୱାଳ, ଜେ. ଏମ. ଏଫ. ସି.(ଏଲଆର ଏବଂ ଏଲଟିଭି), ଶ୍ରୀ ଅଂଶୁମାନ ରଥ, ଜେ. ଏମ.ଏଫ. ସି. ବୀଣାପାଣି ତାଣ୍ଡି ଅଂଶ ଗ୍ରହଣ କରି ବିଭିନ୍ନ ମାମଲାଗୁଡିକୁ ବିଚାର କରିଥିଲେ । ଏହି ଲୋକଅଦାଲତରେ ଜ଼ିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜ଼ିଲ୍ଲା କାରାଗାର ଅନ୍ତେବାସୀମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଫିନାଇଲ ଏବଂ ଜୈବିକ ଖତ ବିକ୍ରୟ କରାଯାଇଥିଲା।
