ଉପଦ୍ରବ କରୁଥିବା ମାଙ୍କଡ଼କୁ ଧରିଲା ବନ ବିଭାଗ

ଭୁବନେଶ୍ୱର,୨୮/୫/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲା ମାହାଙ୍ଗା ବ୍ଲକ, ସାଲେପୁର ବ୍ଲକ ଓ ନୂଆବଜାର ବ୍ଲକ ଅଂଚଳରେ ଦିନକୁ ଦିନ ମାଙ୍କଡ଼ଙ୍କ ଉତ୍ପାତ ବଢ଼ିଚାଲିଥିବାରୁ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବାଡ଼ି ବଗିଚାରେ ଲାଗିଥିବା ପନିପରିବା, ଫୁଲଗଛକୁ ଖାଇ ନଷ୍ଟଭ୍ରଷ୍ଟ କରୁଥିବାର ଲକ୍ଷ୍ୟ କରାଯାଇଛି । ଏପରିକି ମାଙ୍କଡ଼ ଦଳ ଘରେ ପଶି ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି । ଏ ସମ୍ପର୍କରେ ଖବର ପାଇ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଜଙ୍ଗଲ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏବଂ ଡି.ଏଫ୍.ଓ. କଟକଙ୍କୁ ଅବଗତ କରିଥିଲେ । ଖବର ପାଇ ବଇରୀ ରେଞ୍ଜ ଜଙ୍ଗଲ ବିଭାଗ ଫରେଷ୍ଟର ମାନିକା ମୁଣ୍ଡା, ଫରେଷ୍ଟଗାର୍ଡ ରଶ୍ମିରଞ୍ଜନ ପଣ୍ଡା, ଶିବ ଶଙ୍କର ନାୟକ, ପର୍ଶୁରାମ ଗୋଚ୍ଛାୟତ, ହରେକୃଷ୍ଣ ବିଶ୍ୱାଳ ଓ ଚନ୍ଦ୍ରଶେଖର ସ୍ୱାଇଁ ପ୍ରମୁଖ ୬ ଜଣିଆ ଏକ ଟିମ୍ ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁମୁଡା ଜୟପୁରଠାରେ ପହଂଚି ଘର ଭିତରେ ଉତ୍ପାତ କରୁଥିବା ଗୋଟିଏ ମାଙ୍କଡ଼କୁ ଜାଲ ବିଛାଇ ଧରିଥିଲେ । ଏହି ମାଙ୍କଡ଼ଟି କୁମୁଡା ଜୟପୁର ଅଂଚଳର ସତ୍ୟଭାମା ଦାସ ନାମକ ଜଣେ ମହିଳାଙ୍କୁ କାନପାଖରେ ଆମ୍ପୁଡି ବିଦାରି ଦେଇଥିଲା । କେବଳ କଟକ ଜିଲା ନୁହେଁ ଅନ୍ୟ ଅଂଚଳରେ ମାଙ୍କଡ଼ମାନେ ଘର ବାଡ଼ିରେ ପଶି ଉତ୍ପାତ କରୁଥିବାରୁ ବନ ବିଭାଗ ଏ ଦିଗରେ ତତ୍ପର ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *