କେନ୍ଦ୍ରାପଡା ଛାଡିବେ କବି ଋତୁରାଜ

କେନ୍ଦ୍ରାପଡ଼ା, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ କେନ୍ଦ୍ରାପଡା ସହର ଉଠୁଥିବା ପଡୁଥିବା ବେଳେ ଯୁବ କବି ତଥା ଜିଲାପାଳ ଅମ୍ରିତ ଋତୁରାଜଙ୍କ ବଦଳି ଆଉ ଏକ ଆନନ୍ଦର କେନ୍ଦ୍ରବିନ୍ଦୁ ପାଲଟିଛି । ତିନି ବର୍ଷରୁ ଉଦ୍ଧ୍ୱର୍ ହେବ ତ୍ରାହି ତ୍ରାହି ଡାକୁଥିବା କେନ୍ଦ୍ରାପଡା ଜିଲାବାସୀଙ୍କୁ ଟିକିଏ ଆସ୍ୱସ୍ତି ମିଳିଛିି । କେନ୍ଦ୍ରାପଡା ଜିଲା ପ୍ରତିଷ୍ଠା ୩୧ବର୍ଷ ପୁରଣ କରିବାକୁ ଯାଉଥିବା ବେଳେ ହାତ ଗଣତି ୫ରୁ ୬ଜଣ ଆଇଏଏସ ଆଠ ବର୍ଷ ପାଇଁ ଜିଲାପାଳ ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି । ତିନି ଜଣ ଆଇଏଏସ ପ୍ରଦୀପ ଜେନା, ସମର୍ଥ ବର୍ମା ଓ ରେଘୁ ଜୀଙ୍କ କାର୍ଯ୍ୟାବଳୀ ଏବେ ବି କେନ୍ଦ୍ରାପଡା ଜିଲାର ଜନମାନସରେ ଜୀବିତ ରହିଛି । ତେବେ କବିତା ଲେଖି ମସଗୁଲ ରହୁଥିବା ଆଇଏଏସ ଜିଲାପାଳ ଶ୍ରୀ ଋତୁରାଜଙ୍କୁ କେହିବି ଭୂଲିପାରିବେ ନାହିଁ । ସାଧାରଣ ଜନତାଙ୍କୁ ଭେଟିବାକୁ ଭୟ କରୁଥିବା ଜିଲାପାଳ ଶ୍ରୀ ଋତୁରାଜଙ୍କ ଦ୍ୱାର ସାହିତି୍ୟକ ମାନଙ୍କ ପାଇଁ ସଦା ସର୍ବଦା ଉନ୍ମୁକ୍ତ ଥିଲା । ଏପରିକି ସେ ସରକାରୀ ଦଳର ନେତାମାନଙ୍କୁ ଖାତିରି କରୁ ନଥିଲେ । ତାଙ୍କ ବଦଳି ଜନସାଧାରଣଙ୍କୁ ଯେତିକି ଖୁସି କରିଛି ତତୋଧିକ ବିଜେଡି ଜନନେତାଙ୍କୁ ଖୁସି କରିଛି । ବିଗତ ତିନି ବର୍ଷରେ କେନ୍ଦ୍ରାପଡା ଜିଲାର ବିକାଶ ଅନେକ ପଛକୁ ଚାଲିଯାଇଛି । ଅନେକ ପ୍ରକଳ୍ପ ନିମ୍ନମାନର ହୋଇଥିବା ବେଳେ କେତେକ ପ୍ରକଳ୍ପ ଅଧା ଗଢା ହୋଇ ପଡିରହିଛି । ସରକାରୀ ଜମିର ଅନେକ ଅଂଶ ଅସାଧୁ ଲୋକଙ୍କ କବ୍ଜାକୁ ଚାଲିଯାଇଛି । ଏଥିପ୍ରତି ଜିଲାପାଳ ଋତୁରାଜ ନଜର ନ ଦେବା ଘଟଣା ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କୁ କଷ୍ଟ ଦେଇଛି । ତେବେ ଏହି ଅଯୋଗ୍ୟ ଜିଲାପାଳ କିଭଳି ଏହି ଜିଲାରୁ ବଦଳି ହେବେ ସେଥିପାଇଁ ଜିଲାବାସୀ ଅନେଇ ବସିଥିଲେ । ଆଜି ତାଙ୍କର ବଦଳି ନିର୍ଦେଶ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲାର ବିଭିନ୍ନ ସ୍ଥାନରେ ବାଣ ଫୁଟିଥିବାର ଦେଖାଯାଇଥିଲା ବେଳେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *