କେନ୍ଦ୍ରାପଡ଼ା, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ କେନ୍ଦ୍ରାପଡା ସହର ଉଠୁଥିବା ପଡୁଥିବା ବେଳେ ଯୁବ କବି ତଥା ଜିଲାପାଳ ଅମ୍ରିତ ଋତୁରାଜଙ୍କ ବଦଳି ଆଉ ଏକ ଆନନ୍ଦର କେନ୍ଦ୍ରବିନ୍ଦୁ ପାଲଟିଛି । ତିନି ବର୍ଷରୁ ଉଦ୍ଧ୍ୱର୍ ହେବ ତ୍ରାହି ତ୍ରାହି ଡାକୁଥିବା କେନ୍ଦ୍ରାପଡା ଜିଲାବାସୀଙ୍କୁ ଟିକିଏ ଆସ୍ୱସ୍ତି ମିଳିଛିି । କେନ୍ଦ୍ରାପଡା ଜିଲା ପ୍ରତିଷ୍ଠା ୩୧ବର୍ଷ ପୁରଣ କରିବାକୁ ଯାଉଥିବା ବେଳେ ହାତ ଗଣତି ୫ରୁ ୬ଜଣ ଆଇଏଏସ ଆଠ ବର୍ଷ ପାଇଁ ଜିଲାପାଳ ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି । ତିନି ଜଣ ଆଇଏଏସ ପ୍ରଦୀପ ଜେନା, ସମର୍ଥ ବର୍ମା ଓ ରେଘୁ ଜୀଙ୍କ କାର୍ଯ୍ୟାବଳୀ ଏବେ ବି କେନ୍ଦ୍ରାପଡା ଜିଲାର ଜନମାନସରେ ଜୀବିତ ରହିଛି । ତେବେ କବିତା ଲେଖି ମସଗୁଲ ରହୁଥିବା ଆଇଏଏସ ଜିଲାପାଳ ଶ୍ରୀ ଋତୁରାଜଙ୍କୁ କେହିବି ଭୂଲିପାରିବେ ନାହିଁ । ସାଧାରଣ ଜନତାଙ୍କୁ ଭେଟିବାକୁ ଭୟ କରୁଥିବା ଜିଲାପାଳ ଶ୍ରୀ ଋତୁରାଜଙ୍କ ଦ୍ୱାର ସାହିତି୍ୟକ ମାନଙ୍କ ପାଇଁ ସଦା ସର୍ବଦା ଉନ୍ମୁକ୍ତ ଥିଲା । ଏପରିକି ସେ ସରକାରୀ ଦଳର ନେତାମାନଙ୍କୁ ଖାତିରି କରୁ ନଥିଲେ । ତାଙ୍କ ବଦଳି ଜନସାଧାରଣଙ୍କୁ ଯେତିକି ଖୁସି କରିଛି ତତୋଧିକ ବିଜେଡି ଜନନେତାଙ୍କୁ ଖୁସି କରିଛି । ବିଗତ ତିନି ବର୍ଷରେ କେନ୍ଦ୍ରାପଡା ଜିଲାର ବିକାଶ ଅନେକ ପଛକୁ ଚାଲିଯାଇଛି । ଅନେକ ପ୍ରକଳ୍ପ ନିମ୍ନମାନର ହୋଇଥିବା ବେଳେ କେତେକ ପ୍ରକଳ୍ପ ଅଧା ଗଢା ହୋଇ ପଡିରହିଛି । ସରକାରୀ ଜମିର ଅନେକ ଅଂଶ ଅସାଧୁ ଲୋକଙ୍କ କବ୍ଜାକୁ ଚାଲିଯାଇଛି । ଏଥିପ୍ରତି ଜିଲାପାଳ ଋତୁରାଜ ନଜର ନ ଦେବା ଘଟଣା ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କୁ କଷ୍ଟ ଦେଇଛି । ତେବେ ଏହି ଅଯୋଗ୍ୟ ଜିଲାପାଳ କିଭଳି ଏହି ଜିଲାରୁ ବଦଳି ହେବେ ସେଥିପାଇଁ ଜିଲାବାସୀ ଅନେଇ ବସିଥିଲେ । ଆଜି ତାଙ୍କର ବଦଳି ନିର୍ଦେଶ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲାର ବିଭିନ୍ନ ସ୍ଥାନରେ ବାଣ ଫୁଟିଥିବାର ଦେଖାଯାଇଥିଲା ବେଳେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ।
Related Posts
ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ-୨୦୨୪ ପାଳିତ
‘ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ’ ‘ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି…
ଗାନ୍ଧିବାଦୀ ପୁରୁଷ ଭାବାନନ୍ଦଙ୍କ ବିୟୋଗରେ ଶୋକ
ମାହାଙ୍ଗା ୨୪/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗାବ୍ଲକ ଅନ୍ତର୍ଗତ ମଉଦା ଗ୍ରାମର ଯଶସ୍ବୀ ପୁରୁଷ ତଥା ଓଡ଼ିଶାର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍,ଗବେଷକ,…
ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ
୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି ଭଉଣୀମାନଙ୍କୁ ସ୍ମାର୍ଟ ଫୋନ, ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ କାର୍ଡ ଏସ୍.ଏଚ୍.ଜି ମା’ମାନକୁ ୧୯୭. ୬୬…
