କଟକ ସଦର,୦୫/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆବଶ୍ୟକତା ଦୃଷ୍ଟିରୁ ଏକ ନୁଆ ଷ୍ଟେଟ ଵ୍ୟାଙ୍କ ଖୋଲାଯିବାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଚିଠିର ଗୁରୁତ୍ୱ କୁ ଉପଲବ୍ଧୀ କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଭିତିଭୂମି ପରଖିବା ପରେ ବ୍ୟାଙ୍କ୍ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଷ୍ଟେଟ ଵ୍ୟାଙ୍କ ଅଫ୍ ଇଣ୍ଡିଆ ସି ଜି ଏମ୍ ଦିନେଶ ପୃଥି ବିଧାୟକଙ୍କ ଚିଠିର ଉତ୍ତରରେ ଜଣାଇ ଥିବା ଜଣାପଡିଛି। ଏଥିପାଇଁ କିଶନନଗର ଠାରେ ନୁଆ ଷ୍ଟେଟ ଵ୍ୟାଙ୍କ ଖୋଲାଯିବାକୁ ନେଇ ସାଧାରଣରେ ଆଶା ସଂଚାର ହୋଇଛି। ସୂଚନାଯୋଗ୍ୟ ଯେ କିଶନନଗର ଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଶାନୁରୂପ ସେବା ଦେବାରେ ବିଫଳ ହେଉଥିବାରୁ ଷ୍ଟେଟ ଵ୍ୟାଙ୍କ ଖୋଲାଯିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି।