ନିରାକାରପୁର, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଆଜି ସଂସାର ହୋଇଛି ଶ୍ରୀ ରାମମୟ। ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଛି ଚତୃଦିଗ। ଆତାସବାଜିରେ ମଧ୍ୟରେ ଜୟ ଶ୍ରୀ ରାମ ଧ୍ଵନୀ ଦେଇ ହଜାର ହଜାର ଭକ୍ତ ମାନେ ଗ୍ରାମ ପରିକ୍ରମା କରିଛନ୍ତି। ଲୋକେ ଘରେ ଘରେ ଦୀପ ଜାଳି ଶ୍ରୀରାମ ଙ୍କୁ ପୂଜା ଅର୍ଚ୍ଚନା କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛନ୍ତି। ଆଜି ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳବାସୀଙ୍କ ତରଫରୁ ଅପରାହ୍ନରେ ସ୍ଥାନୀୟ ଗଣେଶ ପଡିଆ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ମାନେ ପତାକା ଧରି ଜୟ ଶ୍ରୀରାମ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ। ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଝାଞ୍ଜ, ଖୋଳ ଓ ମୃଦଙ୍ଗ ମଧ୍ୟରେ ଆତସବାଜି ରେ ଏହି ଶୋଭାଯାତ୍ରା ପରିକ୍ରମା କରିଥିଲା। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଶୋଭାଯାତ୍ରାରେ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା।