ଓଡ଼ିଶା ମାନବାଧିକାର ପରିଷଦର ମାନବାଧିକାର ଦିବସ ତଥା ବାର୍ଷିକ ଉତ୍ସବ ଭବ୍ୟବସାରରେ ପାଳିତ

ଭୁବନେଶ୍ୱର,୧୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ମାନବାଧିକାର ପରିଷଦ (ଓଏଚ୍ଆରସି) ଆଜି ଅନ୍ତର୍ଜାତୀୟ ମାନବାଧିକାର ଦିବସ-୨୦୨୫ ସହିତ ନିଜର ବାର୍ଷିକ ଉତ୍ସବକୁ ଭୁବନେଶ୍ୱର ଇଉନିଟ୍-୯ରେ ଅବସ୍ଥିତ ବୁଦ୍ଧ ମନ୍ଦିରଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରିଛି। ଏହି କାର୍ୟ୍ୟକ୍ରମରେ ୧୫୦ରୁ ଅଧିକ ମାନବାଧିକାର କର୍ମୀ ଏବଂ ୩୦ରୁ ଅଧିକ ଏନଜିଓର ପ୍ରତିନିଧି ଯୋଗ ଦେଇଥିଲେ।

ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶରତ କୁମାର ଦାଶ, ଅବସରପ୍ରାପ୍ତ ମୁଖ୍ୟ ପ୍ରିନ୍ସିପାଲ ଆୟକର କମିଶନର , ମୁଖ୍ୟ ବକ୍ତା ଭାବେ ଜ୍ଞାନରଞ୍ଜନ ଦାଶ, ସମ୍ପାଦକ, ‘ମୁକ୍ତ କଳମ’ ,ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଆଧିକାରୀ, ପତଞ୍ଜଳି ଯୋଗଗୁରୁ ଅଧ୍ୟକ୍ଷ, ଓଏଚ୍ଆରସି ରାଜେନ୍ଦ୍ର ମଲ୍ଲିକ ସଭାପତି, ଓଏଚ୍ଆରସି ଶ୍ରୀ ସଂସ୍କାର କେଶରୀ ସିଂହଦେଓ ,ମହିଳା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସିଂହ ପ୍ରମୁଖ ଯୋଗ ଦେଇଥିଫଲେ ।

କାର୍ୟ୍ୟକ୍ରମରେ ସାଧାରଣ ଲୋକଙ୍କ ମଧ୍ୟରେ ମାନବାଧିକାର ସଚେତନତା, ହସ୍ପିଟାଲ-ଥାନା-ସରକାରୀ କାର୍ୟ୍ୟାଳୟରେ ଆଚରଣଗତ ସମସ୍ୟା, ମାନବାଧିକାର ଉଲ୍ଲଂଘନର ତୁରନ୍ତ ନିରାକରଣ, ଏନଜିଓଙ୍କ ମଧ୍ୟରେ ସୁସଂଗଠନ ଓ ଦାୟିତ୍ୱବାନ ପ୍ରଶାସନ ଗଠନ ଆଦି ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା।

ଯୁବ ଓ ସକ୍ରିୟ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ମଲ୍ଲିକ ନିଜ ଉଦବୋଧନରେ ସମସ୍ତ ସଦସ୍ୟ, କର୍ମୀ ଓ ସହଯୋଗୀ ଏନଜିଓଙ୍କୁ ଧନ୍ୟବାଦ ଜ୍ଞାପନ କରି ଓଡ଼ିଶାରେ ମାନବାଧିକାର ସୁରକ୍ଷା ଲାଗି ଆହୁରି ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସମାଜ ଓ ମାନବାଧିକାର କ୍ଷେତ୍ରରେ ଅବଦାନ ପାଇଁ ଅନେକ ସାମାଜିକ କର୍ମୀ ଓ ଏନଜିଓ ପ୍ରତିନିଧିଙ୍କୁ ସମ୍ମାନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଅନ୍ତିମରେ ସମସ୍ତେ ମିଶି ଓଡ଼ିଶା ମାନବାଧିକାର ପରିଷଦର ଲକ୍ଷ୍ୟ, ଦୂରଦୃଷ୍ଟି ଓ ଶପଥକୁ ପାଳନ କରି ଅନ୍ୟାୟ ବିରୁଦ୍ଧରେ ଲଢ଼ିବା, ସଚେତନତା ବଢ଼ାଇବା ଏବଂ ପୀଡ଼ିତଙ୍କୁ ସହାୟତା କରିବାକୁ ଏକଜୁଟ ହୋଇ ଶପଥ ନେଇଥିଲେ।

ନବୀନ ଉତ୍ସାହ ଓ ଐକ୍ୟର ସହ ସମାପ୍ତ ହୋଇଥିବା ଏହି କାର୍ୟ୍ୟକ୍ରମ ଓଡ଼ିଶାର ମାନବାଧିକାର ଆନ୍ଦୋଳନର ବଢ଼ୁଥିବା ଶକ୍ତିକୁ ପ୍ରତିଫଳିତ କରିଛି।

Leave a Reply

Your email address will not be published. Required fields are marked *