ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିବାରଣ ଅଧିନିୟମ, 1989 ର କାର୍ଯ୍ୟକାରିତା ସମ୍ପର୍କିତ ଜିଲାସ୍ତରୀୟ ସମୀକ୍ଷା ବୈଠକ

 ଜଗତସିଂହପୁର,୩୦/୦୫/୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିବାରଣ ଅଧିନିୟମ, 1989 ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ ନିର୍ଯ୍ୟାତନା ନିବାରଣ ଓ ପର୍ଯ୍ୟବେକ୍ଷଣ କମିଟି (DLV & MC) ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଗତକାଲି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମୀକ୍ଷା ବୈଠକରେ ବିଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନାରେ ଦରଜ ହୋଇଥିବା ନିର୍ଯ୍ୟାତନା ମାମଲା ଗୁଡିକର ସ୍ଥିତି, ପୀଡ଼ିତଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ, ନିର୍ଯ୍ୟାତନା ମାମଲାର ଯୁଗ୍ମ ତଦନ୍ତ ରିପୋଟ୍ ଦାଖଲ, Inter-Caste Marriage ପ୍ରୋତ୍ସାହନ ରାଶି ପ୍ରଦାନ ଓ  ST, SC ଓ SEBC ମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ଅଧିନିୟମର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା ହୋଇଥିଲା ।

କମିଟିର ଆବାହକ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ ନିର୍ଯ୍ୟାତନା ମାମଲା ସଂପର୍କିତ ତଥ୍ୟ ଉପସ୍ଥାପନା କରି କମିଟିକୁ ଜଣେଇ ଥିଲେ ଯେ ବିଗତ ତିନି ବର୍ଷରେ ଯଥା 2023, 2024 ଏବଂ 2025 ବର୍ଷରେ ଜିଲ୍ଲାରେ ଯଥାକ୍ରମେ 151, 211 ଏବଂ 167 ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି I ଏହି କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଓଡିଶାର 30 ଜିଲ୍ଲା ମଧ୍ୟରେ ଉକ୍ତ 3 ବର୍ଷରେ ଯଥାକ୍ରମେ ଅଷ୍ଟମ, ପଞ୍ଚମ ଓ ସପ୍ତମ ସ୍ଥାନରେ ରହି ଆସିଛି । Inter-Caste Marriage Scheme ରେ 2020 ରୁ ଆଜି ପର୍ଯ୍ୟନ୍ତ ସମୁଦାୟ1046 ଟି ଦରଖାସ୍ତ ଦାଖଲ ହୋଇ 664 ଜଣ ଦମ୍ପତିଙ୍କୁ ପ୍ରତ୍ସାହନ ରାଶି ଆକାରରେ Rs. 2,50,000/- ଲେଖାଏଁ ଦିଆ ଯାଇଛି I ବାକି ଦରଖାସ୍ତ ଗୁଡିକ ବିଭିନ୍ନ ସ୍ତରରେ ତର୍ଜମା ଚାଲିଛି ।

ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ସମସ୍ତ ନିର୍ଯ୍ୟାତନା ମାମଲା ଗୁଡିକର ସମୟ ସୀମା ଭିତରେ ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ କରିବା, ନ୍ୟାୟାଳୟରେ ବିଚାରକୁ ତ୍ୱରାନ୍ୱିତ କରିବା, ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହିତ ନିୟମ ମୁତାବକ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ପୋଲିସ୍, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ପବ୍ଲିକ ପସେକ୍ୟୁସନ୍ କାର୍ଯ୍ୟାଳୟ ଏବଂ ଉପ-ଜିଲ୍ଲା ପାଳଙ୍କୁ ନିର୍ଦ୍ଦେଶ ହୋଇଥିଲେ ।

ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରେଇ, ପବ୍ଲିକ୍ ପ୍ରସେକ୍ୟୁସନ୍ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ସ୍ୱାଇଁ, ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଯଥା ଶ୍ରୀ ଦେବେନ୍ଦ୍ର ମଲିକ, ବାମଦେବ ମଲିକ, ରତ୍ନାକର ତରାଇ, ରଜିଂତ କୁମାର ଦାସ ଏବଂ ଶ୍ରୀମତି ଖୋଲଣା ବିଶ୍ୱାଳ ଉପସ୍ଥିତ ରହି ନିର୍ଯ୍ୟାତନା ଅଧିନିୟମ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟକରି ନିର୍ଯାତନା ସମ୍ପର୍କିତ ଘଟଣା ହ୍ରାସ କରିବା ସହିତ ପୀଡ଼ିତଙ୍କୁ ଯଥା ସମୟରେ ନ୍ୟାୟ ପ୍ରଦାନ କରିବା ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *