କଟକ,୧୧/୧୨/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀ ବିହାର ସେକ୍ଟର ୧ ର ସାଧାରଣ ଆବାସିକ ବୈଠକ ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଯୋଗିରଜ୍ ରାମ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସ୍ଥାନୀୟ ଅଧିବାସୀମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ ନିଜର ଅଭିମତ୍ତ ପୋଷଣ କରିଥିଲେ । ପୂର୍ବ କାର୍ୟ୍ୟସୂଛି ଅନୁଯାୟୀ ସେକ୍ଟର ୧ ର ଏକ ନିର୍ବାଚିତ କମିଟି ବିଧିବଦ୍ଧ ଭାବେ ଗଠନ କର।ଯାଇଥିଲା । ସଭାପତି ଭାବେ ସର୍ବଶ୍ରୀ ଯୋଗୀରଜ୍ ରାମ , ଉପ ସଭାପତି ରୂପେ ରଶ୍ମି ରଂଜନ ମହାନ୍ତି , ସମ୍ପାଦକ ରୁପେ ଆଇନଜୀବି ମନୋଜ କୁମାର ଦାସ , ଯୁଗ୍ମ ସମ୍ପାଦକ ରୁପେ ଅଶ୍ଵିନୀ କୁମାର ଦାଶ, କୋଷାଧ୍ୟକ୍ଷ ରୁପେ ଶିବ ପ୍ରସାଦ ଶତପଥୀ ପ୍ରମୁଖ ବିଧିବଦ୍ଧ ଭାବେ ନିର୍ବାଚିତ ହେବା ସହ କାର୍ୟକାରୀ କମିଟି ର ସଦସ୍ୟ ଭାବରେ ପ୍ରଫେସର ଡକ୍ଟର କମଳ ପ୍ରସାଦ ମହାନ୍ତି, ଶ୍ରୀ ସଂଜୟ କୁମାର ମହାନ୍ତି , ପ୍ରତ୍ୟୁଷ ନାୟକ , ଜଗମୋହନ ଷଡ଼ଙ୍ଗୀ ,ସ୍ମୃତି ରଂଜନ ଧଲ , ସିମାଦ୍ରି ଖୁଣ୍ଟିଆ , ଦେବାଶିଷ ରାଉତ , ହର ପ୍ରସାଦ ପଟ୍ଟନାୟକ, ଗଗନ ବିହାରୀ ପାତ୍ର ଓ ନୃସିଂହ ଚରଣ ମହାନ୍ତି ପ୍ରମୁଖ ସର୍ବ ସମ୍ମତି କ୍ରମେ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଥିଲେ । ପରିଶେଷରେ ଶ୍ରୀ ପ୍ରିୟବ୍ରତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।