କଟକ ସଦର,୨୩/୦୪/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମହନିୟତା ଦେଖାଇ ଆଠଦିନ ହେଲା ଜେଲ୍ ରେ ଥିବା ଜନୈକ ବିଜେପି କର୍ମୀ ଙ୍କୁ ଆଜି ବୁଧବାର ଦିନ ବେଲ୍ ରେ ଆଣିଥିବା ଜଣାପଡିଛି।
ପ୍ରକାଶ ଯେ ମଣିଜଙ୍ଗ ପଞ୍ଚାୟତ ଓଡଖଣ୍ଡ ଗ୍ରାମର ଜନୈକ ବିଜେପି କର୍ମୀ ବାପୁଜୀ ମହାନ୍ତି ଙ୍କ ପୁଅ ବିଜେପି ର ଆଗଧାଡିର ଯୁବ କର୍ମୀ ରାକେଶ
ମହାନ୍ତି ବିଧାୟକ ଙ୍କୁ ବିଭିନ୍ନ କୁତ୍ସାରଟନା କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ଅନ୍ୟଜଣେ ଦୃଲଭ ସେଠୀ ଥାନା ରେ ଅଭିଯୋଗ କରିଥିଲେ।
ଅଭିଯୋଗ କୁ ଭିତ୍ତିକରି କିଶନନଗର ଥାନା ପୋଲିସ ବିଭିନ୍ନ ଦଫାରେ ରାକେଶ ଙ୍କୁ ଗିରଫ କରି ଗତ ୧୬ ତାରିଖ ଦିନ କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟ ରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।
ଆଜି ବିଧାୟକ ଇଂ ସେଠୀ ରାକେଶ ଙ୍କୁ ଜାମିନ ରେ ଆଣି ମହନିୟତା ଦେଖାଇ ଥିବାରୁ ଏଥିପାଇଁ ବିଜେପି ଶିବିରରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
