ଭୁବନ ୦୧/୦୨/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଭାଗବତ ଟୁଙ୍ଗୀ ଆନୁକୁଲ୍ୟରେ ୨୪ ତମ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ ଗତ ୩୧ ତାରିଖ ଶନିବାର ରାତି ଉଦଯାପିତ ହୋଇଯାଇଛି। ଭାଗବତ ଟୁଙ୍ଗୀ ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ପାରାୟଣରେ ସନ୍ଥ ଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ଜାନୁଆରୀ ୨୫ ଏବଂ ୨୬, ପଣ୍ଡିତ ଶ୍ରୀ ରବୀନ୍ଦ୍ର କୁମାର ଦାଶ ୨୭ ଓ ୨୮ ଏବଂ ପଣ୍ଡିତ ଶ୍ରୀ ସୁବୋଧ କୁମାର ପଣ୍ଡା ୨୯ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଚନ ଦେଇ ” ଭାଗବତ ରେ ମାନବ ର ଜୀବନ ଦର୍ଶନ ” କୁ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ । ଅନ୍ତିମ ସନ୍ଧ୍ୟାରେ ସଭାପତି ପ୍ରାଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ଶ୍ଳୋକ ଆବୃତ୍ତି କରି ପାରାୟଣ ର ପୃଷ୍ଠଭୂମି,୨୪ ବର୍ଷ ଧରି ନିଜର ସଂପୃକ୍ତି ତଥା ଭାଗବତ ଟୁଙ୍ଗୀ ର ସ୍ଥିତାବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଅଦୈତ କୁମାର ସାହୁ,ସରପଞ୍ଚ ରଞ୍ଜନ କୁମାର ବାରିକ,ପୂର୍ବତନ ସରପଞ୍ଚ ନଟବର ସାହୁ ଙ୍କ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
ଗୁରୁଭାଇ ସ୍ବର୍ଗତ ବିଦ୍ୟାଧର ସାମଲ, ଶଙ୍କର୍ଷଣ ନାୟକ,ହରିହର ସାହୁ, ପ୍ରହଲ୍ଲାଦ ମହାରଣା ଓ ପ୍ରହଲ୍ଲାଦ ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ ସତସଙ୍ଗ ରେ ଦୁଇ ମିନିଟ ସତସଙ୍ଗ ରେ ନୀରଵ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଅଦୈତ ସାହୁ ଯାଜପୁର ର ପଣ୍ଡିତ ନୀଳମଣି ପଣ୍ଡାଙ୍କୁ ବ୍ୟାସ ଭାବରେ ଓ ଉପସଭାପତି ଭୀମସେନ ସାହୁ ପଣ୍ଡିତ ସୁବୋଧ ପଣ୍ଡା ଙ୍କୁ ଶୁକଭାଵରେ ପୂଜାର୍ଚ୍ଚନା କରିଥିଲେ। ଯମୁନା କୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ପ୍ରାକ୍ତନ ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି ଓ ଜ୍ୟୋତିର୍ମୟୀ ରାଉତ ଵେଦପାଠ ଓ ଗୁରୁବନ୍ଦନା କରିଥିଲେ।
ସରପଞ୍ଚ ରଞ୍ଜନ କୁମାର ବାରିକ,ପୂର୍ବତନ ସରପଞ୍ଚ ନଟଵର ସାହୁ ଙ୍କ ସମେତ ଶ୍ରଦ୍ଧାଳୁମାନେ ଦାନ ଦକ୍ଷିଣା ଦେଇ ଶୁକପୂଜା ଓ ବ୍ୟାସପୂଜା କରିଥିଲେ। ବରିଷ୍ଠ ଗୁରୁ ଭାଇ ବ୍ରଜବନ୍ଧୁ ରାଉତ ଙ୍କ ପ୍ରେରଣା ଓ ନିଷ୍ଠା ତଥା ଗୁରୁଭାଇ ଗତି କୃଷ୍ଣ ନାୟକଙ୍କ ପରିକ୍ଷିତ ଭୂମିକା କୁ ସଭାପତି ରମେଶ ଚନ୍ଦ୍ର ପାଣି ଭୂୟସୀ ପ୍ରଶଂସା କରିଥିଲେ। ମଦନ ଵେହେରା, ଅନନ୍ତ ସାହୁ,କେଶବ ମଳିକ, ଚକ୍ରଧର କାଣ୍ଡି,, ଅଚ୍ୟୁତାନନ୍ଦ ସାହୁ, ଶୁକଦେବ ରାଉତ, ବିକ୍ରମାଦିତ୍ୟ ବେହେରା,ଶରତ ବେହେରା, ଯୁଗଳ କିଶୋର ବେହେରା, ରଞ୍ଜନ କୁମାର ସାହୁ ଆଦି ଗୁରୁଭାଇମାନେ ପାରାୟଣ ର ବିଭିନ୍ନ କାର୍ଯ୍ୟକ୍ରମ କୁ ସଫଳ ସହଯୋଗ କରିଥିଲେ । ଧାରକ ଭାବରେ କେନ୍ଦୁଝରର ଗୋପୀନାଥ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତାପ ନାୟକ ( ମାଣ୍ଟୁ), ଟୁକୁନୁ ଓଝା ଦମ୍ପତ୍ତି ସପ୍ତାହ ବ୍ୟାପୀ ନିଷ୍ଠା ର ସହିତ ଅନ୍ନ ଯଜ୍ଞ କୁ ସଫଳ କରିଥିଲେ।
