ଆନ୍ତର୍ଜାତିକ ଟାଏକୋଣ୍ଡୋ କ୍ରୀଡାବିତ୍ ଙ୍କ ଜାକର୍ତ୍ତା ଗସ୍ତ

ଯାଜପୁର,୦୯/୧୦/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲାର ଆନ୍ତର୍ଜାତୀୟ ଟାଏକୋଣ୍ଡୋ କ୍ରୀଡାବିତ୍ ଶ୍ରୀମାନ ଶୁଭଜିତ୍ ମଲ୍ଲିକ, ପିତା – ସଞ୍ଜୟ କୁମାର ମଲ୍ଲିକ, ମାତା – ସବିତାରାଣୀ ଦାସ, ଗ୍ରାମ/ପୋଅ – ଆମ୍ପୋଳବା, ଭାୟା – ସୁକିନ୍ଦା, ଜିଲ୍ଲା – ଯାଜପୁର। ଆସନ୍ତା ତା ୧୫.୧୦.୨୦୨୪ ରିଖ ଠାରୁ ତା ୧୯.୧୦.୨୦୨୪ ରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଟାଙ୍ଗେରାଙ୍ଗ ଜାକର୍ତ୍ତା ଠାରେ ୬ଷ୍ଠ ଏସିଆନ ଓପନ ଟାଏକାଣ୍ଡୋ ଚାମ୍ପିଅନସିପ ୨୦୨୪, ୫୪ କି.ଗ୍ରା. ପୁରୁଷ ବର୍ଗରେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବେ । ଏହି ପରିପ୍ରେକ୍ଷୀରେ ଶ୍ରୀମାନ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା କ୍ରୀଡା ଅଧିକାରୀ, ଯାଜପୁର ଫକୀର ମୋହନ ଟୁଡୁ ,  ଶୁଭେଚ୍ଛା ଓ ସଫଳତା କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *